csstore

ସୁନାମୂଖୀ ନେଚର ଫ୍ରେସ୍‌ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର କାର୍ଯ୍ୟାଳୟ ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙ୍ଗେନ ପଂଚାୟତର ଧୂମାଭଟା ଠାରେ ସାକ୍ଷ୍ୟମ ଫାଉଣ୍ଡେସନ ସହାୟତାରେ ସୁନାମୂଖୀ ନେଚର ଫ୍ରେସ୍‌ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିଃର କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ଯୁବନେତା ନୀଳ ମାଧବ ସିଂହଦେଓ, ସରପଞ୍ଚ ଡ. ସୁରେଶ କୁମାର ପଧାନ, ଭୂମିଦାତା ମକରନ୍ଦ ପ୍ରଧାନ, ଅଗ୍ରଣୀ ଚାଷୀ ସିଦ୍ଧେଶ୍ୱର ମିଶ୍ର, ଏଫପିଓ ଉପଦେଷ୍ଟା ଜଗଦୀଶ ଦାସ ଏବଂ ଅନ୍ୟାନ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ । ଏଥିରେ ଧିରେନ ପ୍ରଧାନ, ସୀତାକାନ୍ତ ମନହିରା, ସୀତାକାନ୍ତ ନାଇକ, ସୁରେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଗାମୀ ଦିନରେ କୃଷି ଓ କୃଷକର ବିକାଶ ପାଇଁ ସ୍ଥାନୀୟ ଅଂଚଳରେ ଏହି କାର୍ଯ୍ୟାଳୟ ପଥ ପ୍ରଦର୍ଶକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.