pakka

୨୮ତମ ପୁସ୍ତକ ମେଳା ଉଦ୍‌ଘାଟିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଆୟୋଜିତ ୨୮ତମ ପୁସ୍ତକ ମେଳା ଗତକାଲି ଭଂଜଭବନ ଠାରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଶୁଭ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପୁସ୍ତକ ହେଉଛି ପ୍ରକୃତ ବଂଧୁ । କେବଳ ଜ୍ଞାନ ଆହରଣ ନୁହେଁ ବରଂ ଏକାକିତ୍ୱକୁ ଦୂରେଇବାରେ ପୁସ୍ତକ ପଠନ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଭୟ କୁମାର ଦାସ, ବିଷ୍ଣୁ ମହାନ୍ତି, ଗୋପୀନାଥ ପଟ୍ଟନାୟକ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଉପସଭାପତି ଡା. ବସନ୍ତ କୁମାର ଦାସ, ଡ. ସନାତନ ପ୍ରଧାନ, ବାଉରୀବଂଧୁ ସାହୁ, ଡା. ୟୁ ସି ଜେନା, ଜ୍ଞାନେନ୍ଦ୍ର କୁମାର ଦାଶ, ବିଜୟ କୁମାର ପାତ୍ର, ଟୁକୁଲା ପାଢୀ, ଅନିଲ ମଲ୍ଲିକ, ଅର୍ଚ୍ଚନା ମହାନ୍ତି, ମନୋଜ ପଣ୍ଡା, କୁଞ୍ଜବିହାରୀ ରାଉତ, ଦୀନବଂଧୁ ରଥ, ଜ୍ୟୋତି ରଂଜନ ମହାପାତ୍ର, ଟି ଏସ ମଧୁସୂଦନ, ପ୍ରଦୀପ ପଟ୍ଟନାୟକ, ଅଟମ ରଥ, ଅମରେନ୍ଦ୍ର ପାଢୀ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ସ୍ମିତା ମିଶ୍ର, କନକଲତା ମିଶ୍ର, ପ୍ରେମାନନ୍ଦ ସାମଲ, ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଆଦ୍ୟଶା ଦାସ ଓଡିଶୀ ଓ ଅପୂର୍ବା ମହାନ୍ତି ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଉପସଭାପତି ଡ. ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

nine + fourteen =

error: Content is protected !!