pakka

ଉଦ୍‌ଘାଟିତ ହେଲା ହକି ବିଶ୍ୱକପ-୨୦୨୩

bbehera

ଭୁବନେଶ୍ୱର : ବାରବାଟୀ ଷ୍ଚାଡିୟମରେ ଉଦ୍‌ଘାଟିତ ହେଲା ହକି ବିଶ୍ୱକପ୍‌ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ହକି ବିଶ୍ୱକପ୍‌ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଯୋଗ ଦେଇଛନ୍ତି । ଉଦ୍‌ଘାନଟନୀ ଉତ୍ସବରେ ଓଲିଉଡ୍‌ ଓ ବଲିଉଡ୍ ତାରକାଙ୍କ ଜଲୱା ଦେଖିବାକୁ ମିଳିଥିଲା । ମଞ୍ଚରେ ସ୍ମୃତି ମିଶ୍ରଙ୍କ କଣ୍ଠର ଯାଦୁଗରୀ ଗୀତ ସାଙ୍ଗକୁ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଉତ୍କଣ୍ଠା ଆହୁରି ବଢ଼ାଇଥିଲା । ଉଦ୍‌ଘାଟନୀ ଉତ୍ସବରେ ୧ ହଜାର ଭିଭିଆଇପିଙ୍କ ସମେତ ୨ ହଜାର ଅତିଥି ଯୋଗ ଦେଇଥିଲେ । ଏହା ସହ ଉତ୍ସବରେ ସାମିଲ ହୋଇଛନ୍ତି ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଦିଶା ପଟାନୀ ଓ ମନିଷ ପଲ୍ । ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମ୍‌ ମଧ୍ୟ ଜଲୱା ଦେଖାଉଛି । ଉଦ୍‌ଘାଟନୀ ଉତ୍ସବ ପାଇଁ ୱେଲକମ୍ ସଙ୍ଗ୍ ବନାଇଛନ୍ତି ମ୍ୟୁଜିକ୍ ଡିରେକ୍ଟର ପ୍ରୀତମ୍ । ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା । ଉତ୍ସବରେ ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଛି । ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ବଲିଉଡ ଷ୍ଟାର ତଥା ଓଡ଼ିଆ ପୁଅ ଋତୁରାଜ ମହାନ୍ତି ନିଜର ସ୍ୱରରେ ଉଦ୍‌ଘାଟନୀ ମାହୋଲକୁ ଆହୁରି ରଙ୍ଗୀନ କରିଥିଲା । ତାଙ୍କ ପରେ ଲିସା ମିଶ୍ର ସ୍ୱର ଦର୍ଶକଙ୍କୁ ଝୁମାଇଥିଲେ । ଅନ୍ୟପଟେ ଦିଶା ପଟନୀଙ୍କ ଠୁମଙ୍କାରେ ଦର୍ଶକମାନେ ମଧ୍ୟ ନାଚି ଉଠିଥିଲେ ।

Leave A Reply

Your email address will not be published.

five × five =