ଭିଜିଲାନ୍ସ ଜାଲରେ ପୁରୀ ଅବକାରୀ ବିଭାଗର ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା

ପୁରୀ : ଭିଜିଲାନ୍ସ ଜାଲରେ ପୁରୀ ଅବକାରୀ ବିଭାଗର ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ଅବକାରୀ ମାମଲାରେ କେସ୍‌ ଡାଏରୀ ଦାଖଲକୁ ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ସଞ୍ଜୟଙ୍କ କାର୍ଯ୍ୟାଳୟ ସମେତ ବାସଭବନରେ ଚଢ଼ଉ କରାଯାଇଛି । ଏକ ନିଶାଦ୍ରବ୍ୟ କାରବାର ମାମଲାରେ କେସ ଡ଼ାଏରୀ ଦାଖଲ ହୋଇନଥିବାରୁ ଅଭିଯୁକ୍ତକୁ ଜାମିନ ମିଳୁନଥିଲା । ତେଣୁ କେସ ଡ଼ାଏରୀ ଯଥାଶୀଘ୍ର ଦାଖଲ କରିବାକୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ଇନ୍ସିପେକ୍ଟର ପଣ୍ଡାଙ୍କୁ ଅନୁରୋଧ କରିଥିଲେ । ସଞ୍ଜୟ ତାଙ୍କୁ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଯୋଜନା ମୁତାବକ ଅଭିଯୋଗକାରୀ ରସାୟନ ମିଶ୍ରିତ ୧୮ ହଜାର ଟଙ୍କା ସଞ୍ଜୟକୁ ଦେଇଥିଲେ । ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ସଞ୍ଜୟଙ୍କୁ ମାଡ଼ିବସିଥିଲେ ।

Leave A Reply

Your email address will not be published.

1 × 2 =

error: Content is protected !!