କୋକସରା ବ୍ଲକସ୍ତରୀୟ କ୍ରୀଡା ଓ ଖେଳ ଅଭିଯାନ ଉଦ୍‌ଘାଟିତ

କୋକସରା : କୋକସରା ବ୍ଲକସ୍ତରୀୟ ଖେଳ ଓ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବକୁ ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଆରସିସି ତୋଫାନ ମାଝୀ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ କର, ଲଡୁଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ ଦାସ ଉପସ୍ଥିତ ରହି ଗାଁ ପଡ଼ିଆରୁ ହିଁ ଉଦୟମାନ ଖେଳାଳି ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରନ୍ତି, କ୍ରୀଡା କ୍ଷେତ୍ରରେ ବ୍ଲକରୁ ପ୍ରତିନିଧିତ୍ୱ କରି ଆଗାମୀ ଦିନରେ ଜାତୀୟ ସ୍ତରରେ ଉଦୟମାନ ଖେଳାଳି ହେବାକୁ ପରାମର୍ଶ ଦେଇଥିଲେ । କ୍ରୀଡ଼ା ଉତ୍ସ ।ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, କବାଡ଼ି, ଭଲିବଲ, ଫୁଟବଲ ବେଡ଼ମିଣ୍ଟନ, ଯୋଗ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଖେଳ ଶିକ୍ଷକ ଅମିତ ମହାନ୍ତି ସମେତ ଅନ୍ୟ ହାଇସ୍କୁଲର ଖେଳ ଶିକ୍ଷକ ଶଙ୍କର ପୋଢ଼, ସୁଧୀର ପଣ୍ଡା କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ବ୍ଲକ ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ସହଯୋଗ କରିଥିଲେ । କ୍ରୀଡା ଅଭିଯାନରେ ବ୍ଲକର ସମସ୍ତ ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ହେମନ୍ତ ମାଝୀ ପରିଚାଳନା କରିଥିବା ବେଳେ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

10 + 8 =