pakka

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପଡିଲେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ । ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ କଲା ଭିଜିଲାନ୍ସ ଟିମ୍ । ଏଥି ସହିତ ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଆଜି ସକାଳୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସଙ୍କ ସରକାରୀ କାର୍ଯ୍ୟାଳୟ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଖୋର୍ଦ୍ଧାରେ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ଏବଂ ଅନ୍ୟାନ୍ୟ ଆସବାବପତ୍ର ଯାଞ୍ଚ କରୁଛି । ଏଥି ସହିତ ଏକ କାଳୀନ ୭ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

4 − one =