pakka

ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ବିଧାୟକ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ପାଟଣାଗଡ ବିଧାୟକ ତଥା ବିଧାନସଭା ଶାସକ ଦଳ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ବୁଧବାର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଅବସରରେ ତେଲେନପାଲିର ନୂତନ ପଞ୍ଚାୟତ ଭବନ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାୟକ ଶ୍ରୀ ମେହେର ଯୋଗଦେଇ ନାଲି ଫିତା କାଟି ନଡ଼ିଆ ଭାଙ୍ଗି ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସରପଞ୍ଚ ଶକୁନ୍ତଳା ବେହେରା, ଉପାଧକ୍ଷ ସୁଖିରାମ ଷାଣ୍ଢ, ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର, ପ୍ରମିଳା ପାଥର, ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଇଓଙ୍କ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ କରିବା ସହ ୧୨ ଜଣ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିଥିଲେ । ଏହି ଅବସରରେ ଇଓ ଖିରାଧର ବରିହା, ଜେଇ ଦିଲୀପ କୁମାର ରାଉତ, ରାଜକିଶୋର ରାଉତ, ସୂର୍ଯ୍ୟଭାନୁ ମେହେର, ପବିତ୍ର ପଟେଲ, ବଂଶୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଘୁନସର ପଞ୍ଚାୟତ ଠାରେ ମିଶନ ଶକ୍ତି ଗୃହ ଓ ସହାୟତା କେନ୍ଦ୍ରର ଲୋକାର୍ପଣ କରିଥିଲେ । ପରେ ଖପ୍ରାଖୋଲ ଠାରେ ମଧ୍ୟ ମିଶନ ଶକ୍ତି ଗୃହ, ସହାୟତା କେନ୍ଦ୍ର ଓ ନୂତନ ମିନି ଷ୍ଟାଡିୟମର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଘୁନସର ସରପଞ୍ଚ ଅନୁସୁୟା ସାହୁ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ, ବିଧାୟକ ପ୍ରତିନିଧି ରମେଶ ପ୍ରଧାନ, ଇନ୍ଦ୍ରମଣି ସାହୁ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

five × 1 =

error: Content is protected !!