pakka

ଧାନମଣ୍ତି ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର ପ୍ରଦାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଧାନ କ୍ରୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଭୁଲ ଓ ନିଷ୍ଠାହୀନ କାରଣରୁ ଦୀର୍ଘ ବର୍ଷ ଧରି ଓଡ଼ିଶା ପ୍ରଦେଶର ଚାଷୀମାନେ ଅବହେଳିତ ଓ ଦାରିଦ୍ର୍ୟତାର ଶିକାର ହେଉଛନ୍ତି । ସରକାର ଉତ୍ପାଦିତ ଧାନମଣ୍ତି ଗୁଡିକକୁ ପରିଚାଳନା ହେତୁ ଚାଷୀମାନେ ହନ୍ତସନ୍ତ ହେଉଥିବାରୁ ପଦ୍ମପୁର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଦଫା ସମ୍ମିଳିତ ଦାବୀ ନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ଉପକୂଳ ଓଡିଶାରେ ଧାନ ଅମଳ ପାଖାପାଖି ୮୦% ଶେଷ ହୋଇଥିବା ସତ୍ତ୍ବେ ଧାନମଣ୍ତି ଏ ପର୍ଯ୍ୟନ୍ତ ଖୋଲା ଯାଇ ନାହିଁ, କୃଷକ ରେଜିଷ୍ଟ୍ରେସନର ଅନିୟମିତତା ଓ ପାତର ଅନ୍ତର ବନ୍ଦ କରିବା, ସେଣ୍ଟ୍ରାଲ ଟୋକନ ନାମରେ ସରକାରୀ ପ୍ରୟୋଜିତ ଭ୍ରଷ୍ଟାଚାର ଓ ଚାଷୀ ମାରଣ ନୀତି ବନ୍ଦ କରିବା, ଚାଷୀ ମୁଣ୍ତପିଛା ସର୍ବାଧିକ ୬୦ କ୍ୱିଣ୍ଟାଲ ଧାନ ବିକ୍ରି କରିବା ନିଷ୍ପତ୍ତିକୁ ବନ୍ଦ କରି ବିକ୍ରି ସୀମାକୁ ବୃଦ୍ଧି କରିବା, ଧାନମଣ୍ତିରେ କଟନି ଛଟନି ବନ୍ଦ କରିବା, ସର୍ବନିମ୍ନ ସହାୟକ ମୂଲ୍ୟର ୭୦୦ ଟଙ୍କା ବୃଦ୍ଧି କରିଛନ୍ତି କିନ୍ତୁ ଏମଏସପି ଦରରେ ଉତ୍ପାଦିତ ଦାମ ମିଳିବାରେ ସରକାର ଉତ୍ତର ଦାୟିତ୍ୱ ନେବା, ଏମଏସପି ପାଇଁ ପ୍ରତି ବ୍ଲକ ଓ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା, ଧାନ ସଂଗ୍ରହ କରିବା ଲିମିଟ ଅଣ ଜଳସେଚିତ ଜମିରେ ୨୨ କ୍ୱିଣ୍ଟାଲ ଓ ଜଳସେଚିତ ଜମିରେ ୨୮ କ୍ୱିଣ୍ଟାଲ ହେବ ବୋଲି ସରକାର ଘୋଷଣା କରିବା, ବସ୍ତା ଓ ସୁତୁଳୀର ପଇସା ଚାଷୀଙ୍କୁ ଦେବା, ୨୦୧୬ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବୋନସ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ପ୍ରଦାନ କରିବା ଆଦି ଦାବୀ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ସମସ୍ୟାକୁ ରାଜ୍ୟ ସରକାର ଯଦି ସମାଧାନ କରି ବିହିତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ସମୟରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଦାବୀପତ୍ର ପ୍ରଦାନ କରିବା ସମୟରେ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ୱତୀ ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ରାମଚନ୍ଦ୍ର ବାଜପେୟୀ, ବରିଷ୍ଠ ବିଜେପି ନେତା ଅଶୋକ କୁମାର ମିଶ୍ର, ନରେଶ ଚନ୍ଦ୍ର ସାହୁ, ଅମିତ କୁମାର ଗର୍ଗ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ମଦନ ମୋହନ ପଟେଲ, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ଦହିତା ମଣ୍ଡଳ ସଭାପତି କେତନ ମେହେର, ଜ୍ୟୋସ୍ନାରାଣୀ କର, କାଉନସିଲର କୁନାଲ ପାଣିଗ୍ରାହୀ, ରାହାସ ସାହୁ, ମହମ୍ମଦ ଉଆରିସ, ଦିନେଶ ବାରିକ, କହ୍ନେଇ ସାହୁ, ଲିଙ୍ଗରାଜ ସାହୁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

14 − eleven =

error: Content is protected !!