pakka

ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁବାର ଦିନ ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ପିପି ଏକାଡେମୀ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନରେ ଗଣିତ କିପରି କାମରେ ଆସେ ସେ ଉପରେ ଆଲୋକପାତ କରିଥିଲେ । ବିଜ୍ଞାନ ତତ୍ୱାବଧାରକ ସରୋଜ କୁମାର ନାୟକ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ହିଅଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଖମାରୀ ଶର୍ମା ରାମାନୁଜନଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ପିପି ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢି ଓ ସନାତନ ଠାକୁର ମଧ୍ୟ ଉପସ୍ଥିତ ଥିଲେ । ବିଜ୍ଞାନ ଶିକ୍ଷକ ଅନିଲ ନନ୍ଦ ରାମାନୁଜନଙ୍କ ଜୀବନୀ ଉପରେ ପାୱାର ପଏଣ୍ଟ ପ୍ରଦାନ କରିଥିଲେ ଏବଂ କାଗଜ ମାଧ୍ୟମରେ ବିଭିନ୍ନ ମଡେଲ ଓ ଗାଣିତିକ ସୁତ୍ରର ସମାଧାନ କରିଥିଲେ । ବିଶେଷ କରି ‘ପାଇ’ର ମୂଲ୍ୟ ମାଧ୍ୟମରେ ଛାତ୍ର ଶୃଙ୍ଖଳ କାର୍ଯ୍ୟକ୍ରମ ବେଶ ମନଛୁଆଁ ହୋଇଥିଲା । ଗଣିତ ଦିବସ ଉପଲକ୍ଷେ କୁଇଜ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ପିଆର୍‌ ହାଇସ୍କୁଲର ସୋମନାଥ ମହାରଣା ପ୍ରଥମ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମାମା ମନହୀରା ଦ୍ୱିତୀୟ ଓ ସରସ୍ୱତୀ ବିଦ୍ୟାମନ୍ଦିର କଲେଜ ଛକର ପ୍ରତ୍ୟୁଷ୍ମାନ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସଭାକାର୍ଯ୍ୟରେ ଅଶ୍ୱିନୀ ଷଡଙ୍ଗୀ, ବିଶ୍ୱଜିତ ପ୍ରଧାନ, ଶିବ ତ୍ରିପାଠୀ ତଥା ବିଜ୍ଞାନ କମିଟିର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ଆୟୋଜିତ ଗଣିତ ଦିବସକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

18 − 11 =

error: Content is protected !!