pakka

ଗ୍ରାମ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ

bbehera
  • ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଜିଲ୍ଲା ଖଣିଜ ପାଣ୍ଠି, ଓମ୍‌ବାଡ୍‌ସି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟାନ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଛି ।

ସମସ୍ତ ଡିଭିଜନର ଦାୟିତ୍ୱରେ ଥିବା ଅଧିକାରୀମାନେ ବିଭିନ୍ନ ଯୋଜନା ଗୁଡିକର ସଫଳ କାହାଣୀ ସହିତ ଭିଡିଓଗ୍ରାଫି ଏବଂ ଜନସାଧାରଣଙ୍କ ମତାମତ ଓ ଯୋଜନା ନେଇ ସେମାନଙ୍କ ଆଭିମୁଖ୍ୟ ବାବଦରେ ଏକ ପୁସ୍ତିକା ୩୧ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ସଚିବ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଡିଭିଜନର କାର୍ଯ୍ୟ ସଂପାଦନରେ ଉନ୍ନତି ପରିଲକ୍ଷିତ ନ ହୋଇଛି ସେମାନଙ୍କ ବିରୁଦ୍ଧରେ ଆସନ୍ତା ରିଭ୍ୟୁ ମିଟିଙ୍ଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ ।

ରାଜ୍ୟର ସମସ୍ତ ୬୦ଟି ଡିଭିଜନ ଓ ୧୩ଟି ସର୍କଲ ଇଞ୍ଜିନିୟରିଂ ସଂସ୍ଥାର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଶ୍ରୀ ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ବିଜୟ ପ୍ରଧାନ, ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

thirteen − thirteen =

error: Content is protected !!