jsm

ମଣ୍ଟେଶ୍ୱରୀ ଖେଳ ମହୋତ୍ସବ ୨୦୨୨ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ଦଶମ ବାର୍ଷିକ କ୍ରୀଡା ପ୍ରତିଯୋଗିତା, ମଣ୍ଟେଶ୍ୱରୀ ଖେଳ ମହୋତ୍ସବ ୨୦୨୨ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ମାଲପଡା ସ୍କୁଲ ଠାରୁ ଏକ ମଶାଲ ଶୋଭାଯାତ୍ରା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ବିକ୍ରମ ଛକରୁ ସମଲେଶ୍ୱରୀ ମନ୍ଦିର ଦେଇ ଗାନ୍ଧୀ ଷ୍ଟାଡିୟମକୁ ଆସିଥିଲା । ଏଥିରେ ପ୍ରାୟ ୧୪୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭୀମଭୋଇ ମେଡିକାଲ କଲେଜର ଡିନ୍‌ ଶ୍ରୀମତୀ ସବିତା ମହାପାତ୍ର, ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ପ୍ରଫେସର ଜ୍ୟୋତିଶ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଏବଂ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଥିଲେ । ଶ୍ରୀମତୀ ଅନୟା ଦାଶ ସବୁଜ ପତାକା ଦେଖାଇ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଖେଳ ମହୋତ୍ସବରେ ୫୫ଟି ବିଭାଗରେ ପ୍ରାୟତଃ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଅପରାହ୍ନରେ ପୁରସ୍କାର ଦେବା ନିମନ୍ତେ ଅତିଥି ରୂପେ ଅଧିବକ୍ତା ଶୁଭ୍ରାଂଶୁ ଶେଖର ପଣ୍ଡା, ସଂଗ୍ରାମ ବହିଦାର, ଗୋପାଳଜୀ ପାଣିଗ୍ରାହୀ, ସଂଗ୍ରାମ ପଣ୍ଡା, ଆକୁଳ ବେହେରା, ସତ୍ୟବ୍ରତ ନାଥ, ସୁବାଷ ମିଶ୍ର, ପ୍ରଫେସର ତରୁଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଯୋଗଦାନ କରି ପିଲାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶେଷରେ ସ୍କୁଲର ଚେୟାରମ୍ୟାନ୍‌ ବିରେନ୍ଦ୍ର ନାରାୟଣ ଉଦ୍‌ଗାତା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.