pakka

ଚାଷୀଙ୍କ ସମସ୍ୟାକୁ ନେଇ ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

bbehera

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୃଷକ ମାନଙ୍କର ବିଭିନ୍ନ ସମସ୍ୟା ତଥା ଧାନମଣ୍ଡିର ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଦାବୀପତ୍ର ତାଳଚେର ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । କୃଷକମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ବିଭୁତି ସାହୁ ଏବଂ କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ଦେବା ସହ ଦାବୀ ଗୁଡିକ ବିଷୟରେ ଆଲୋଚନା କରିଥିଲେ । ଯଦି ପ୍ରଶାସନ ଚାଷୀଙ୍କ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ନ ଦିଏ ବିଜେପି ଆନ୍ଦୋଳନ କରିବ ବୋଲି ସୂଚାଇ ଦିଆଯାଇଛି । ଧାନ ଅମଳ ଶେଷ ହେବାକୁ ବସିଥିବା ବେଳେ ଅଦ୍ୟାବଧି ଧାନମଣ୍ଡି ଖୋଳାଯାଇନାହିଁ । ମଣ୍ଡି ଗୁଡିକ ତୁରନ୍ତ ଖୋଲିବା ସହ ଶୃଙ୍ଖଳିତ ଭାବେ ଧାନ କିଣିବାର ବ୍ୟବସ୍ଥା ଆଗାମୀ ୪୮ଘଣ୍ଟା ମଧ୍ୟରେ କରିବା, କୃଷକ ରେଜିଷ୍ଟ୍ରେସନର ପାତର ଅନ୍ତର ନୀତି ତଥା ଅନିୟମିତତା ବନ୍ଦ କରିବା, ସେଣ୍ଟ୍ରାଲ ଟୋକନ ନାମରେ ସରକାରୀ ପ୍ରାୟୋଜିତ ଭ୍ରଷ୍ଟାଚାର ଓ ଚାଷୀ ମାରଣ ନୀତି ବନ୍ଦ କରିବା, ଚାଷୀଙ୍କ ମୁଣ୍ଡପିଛା ୬୦ କ୍ୱିଣ୍ଟାଲ ଧାନ ବିକ୍ରି କରିବା ନିଷ୍ପତ୍ତି ରଦ୍ଦ କରି ବିକ୍ରି ସୀମା ବୃଦ୍ଧି କରିବା, କଟନୀ ଛଟଣି ବନ୍ଦ କରି ଏହାକୁ ବେଆଇନ ଘୋଷଣା କରିବା, ଚାଷୀଙ୍କୁ କେନ୍ଦ୍ର ସରକାର ଦେଉଥିବା କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା ଏମ୍‌ଏସ୍‌ପି ଦରରେ ପ୍ରଦାନ କରିବା, ଏମ୍‌ଏସ୍‌ପି ପାଇଁ ଅଭିଯୋଗ ପ୍ରକୋଷ୍ଟ ଖୋଲାଯାଇ ଅବହେଳା କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବସ୍ତା ଓ ସୁତୁଲି ଅର୍ଥ ଚାଷୀଙ୍କୁ ଦେବା, ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିଥିବା କ୍ୱିଣ୍ଟାଲ ପିଛା ୧୦୦ଟଙ୍କା ବୋନସ ଦେବା, ମଣ୍ଡିରେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବା ଆଦି ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କୃଷକ ମୋର୍ଚ୍ଚାର ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ଉପସଭାପତି ମନୋଜ ପ୍ରଧାନ, କାଳନ୍ଦି ପ୍ରଧାନ, ସରପଞ୍ଚ ସହଦେବ ସାହୁ, ବରିଷ୍ଠ ଆଇନଜୀବୀ ଅଖିଳ ସାମଲ, ଅର୍ଜୁନ ଭୁତିଆ, ମଣ୍ଡଳ ସଭାପତି ବରୁଣ ସାହୁ ଓ ସତ୍ୟବନ୍ତ ସାହୁ, ପ୍ରାକ୍ତନ ସରପଞ୍ଚ ରଙ୍ଗାଧର ନାହାକ, ଉର୍ମିଳା ଦେହୁରୀ, ନିରୋଜ ଦାସ, ଚୈତନ୍ୟ ପ୍ରଧାନ, ସୁନୀଲ ବିଶ୍ୱାଳ, ଜ୍ଞାନେନ୍ଦ୍ରୀୟ ସେଠି, ବାଲ୍ମୀକି ପ୍ରସାଦ କେଶରୀ, ଶିଖର ନାଏକଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଆଗାମୀ ଦିନରେ ବିଜେପି ମଣ୍ଡିକୁ ଚାଲ ଅଭିଯାନ କରି ମଣ୍ଡିର ଅବସ୍ଥା ବୁଲି ଦେଖିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

jay balangir
Leave A Reply

Your email address will not be published.

eighteen − 8 =

error: Content is protected !!