pakka

ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ ‘ଇ-ଅବକାରୀ’ ପାଇଁ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସୁବିଧାରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ ‘ଇ-ଅବକାରୀ’ ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇଛି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ୭ ଜାନୁୟାରୀ, ୨୦୨୩ରେ ଏଥି ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ ।

ପ୍ରକାଶ ଥାଉକି, ଓଡିଶା ସରକାରଙ୍କ ୫ଟି ସୁତ୍ର ଅନୁସାରେ ଅବକାରୀ ବିଭାଗର ବିଭିନ୍ନ ସେବା ଓ କାର୍ଯ୍ୟକ୍ରମ କରାଇ ନିରବଚ୍ଛିନ୍ନ ଭାବେ ସ୍ୱଚ୍ଛତାର ସହିତ ସମୟୋଚିତ ଅବାଧ ସେବା ପ୍ରଦାନ କରି ଆସୁଅଛି । ଏତଦ୍‌ ବ୍ୟତୀତ, ଏହା ଅବକାରୀ ଅପରାଧର ସଠିକ୍‌ ପର୍ଯ୍ୟବେକ୍ଷଣ, ଅବକାରୀ ଚଢାଉକୁ ମଜବୁତ କରିବା, ଅବୈଧ ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ପରିବହନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି, ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଅଛି ।

ପୁନଶ୍ଚ, ଇ- ଅବକାରୀ ଦ୍ୱାରା ଅନଲାଇନ ଲଟେରୀ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ପ୍ରକାରର ଅବକାରୀ ଦୋକାନଗୁଡିକର ବନ୍ଦୋବସ୍ତ, ଠିକ୍‌ ସମୟରେ ସମସ୍ତ ଲାଇସେନ୍ସ ପ୍ରଦାନ ଏବଂ ନବୀକରଣ, ୧୦୦% ସରକାରୀ ପ୍ରାପ୍ୟର ଅନଲାଇନ ପୈଠ, ବ୍ରାଣ୍ଡ/ଲେବୁଲ ପଞ୍ଜୀକରଣ, ଅବକାରୀ ଦୋକାନ ଗୁଡିକର ସ୍ଥାନାନ୍ତର ଓ ମାଲିକାନା ସତ୍ୱ ପରିବର୍ତ୍ତନ, ସମସ୍ତ ପରିମିଟ୍‌ ଓ ପାସ୍‌ ପ୍ରଦାନ, ମୋବାଇଆପ୍‌ ଓ ଡିପିଆର୍‌ ମାଧ୍ୟମରେ ଚଢାଉ ସ୍ଥାନ ଚିହ୍ନଟ ହେବା ସହ ଅବକାରୀ, ଏନ୍‌ଡିପିଏସ୍‌ ମାମଲା ରୁଜୁ ଏବଂ ଆସାମୀ ଗିରଫ ପୂର୍ବବର୍ତ୍ତୀ ବର୍ଷ ତୁଳନାରେ ଦୁଇଗୁଣ ଅଧିକ ହୋଇ ବିଭାଗକୁ ଅଧିକ ସ୍ୱଚ୍ଛ, କ୍ରିୟାଶୀଳ ଓ ଉତ୍ତତ୍ତରଦାୟୀ କରାଇବାରେ ସହାୟକ ହୋଇଛି ।

jay balangir
Leave A Reply

Your email address will not be published.

12 − two =

error: Content is protected !!