jsm

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜାତୀୟ ଗଣିତ ଦିବସ ପାଳନ

csstore

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ତିଳଯୋଡି ହାଇସ୍କୁଲ ଠାରେ ଜାତୀୟ ଗଣିତ ଦିବସ ପାଳନ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ତିଳଯୋଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ହୋତା, ଗଣିତ ଶିକ୍ଷକ ବିଶ୍ୱଜିତ ନାୟକ, ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଗଣିତର ସ୍ରଷ୍ଟା ଶ୍ରୀନିବାସ ରାମାନୁଜନଙ୍କ ଫୋଟରେ ପୁଷ୍ପମାଲ୍ୟ ଦେଇଥିଲେ । ଆମେ ପ୍ରତିଦିନ ଗଣିତକୁ ବହୁଳ ଭାବରେ ବ୍ୟବହାର କରିଥାଉ । ସକାଳୁ ଉଠିବା ଠାରୁ ରାତ୍ରି ଶୋଇବା ପର୍ଯ୍ୟନ୍ତ ଆମେ ପ୍ରତ୍ୟେହ ଗଣିତର ବ୍ୟବହାର କରିଥାଉ । ଏହି ଗଣିତ ଦିବସକୁ ବହୁତ ମାତ୍ରାରେ ପ୍ରଚାର ପ୍ରସାର କରିବାର ଆବଶ୍ୟକ ଅଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜେତା ପ୍ରତିଯୋଗୀଙ୍କୁ ଟ୍ରଫି ଦେଇ ଅତିଥିମାନେ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ସ୍ଵେଚ୍ଛାସେବୀ ଯଶୋବନ୍ତ ରଣା ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.