ବରଗଡ଼ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ‘ସୁନେତ୍ର’ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ, ବରଗଡ଼ ସମ୍ମିଳନୀ କକ୍ଷରେ ବରଗଡ଼ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ‘ସୁନେତ୍ର’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ ଓ ଶ୍ରୀମତୀ ଲଜିତା ପ୍ରଧାନ ଉପସ୍ଥିତ ଥିଲେ । ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା ପାଇଁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ‘ସୁନେତ୍ର’ ଜର୍ଜ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟରେ ପଢ଼ୁଥିବା ଯେଉଁ ଛାତ୍ରଛାତ୍ରୀମାନଙ୍କର ଦୃଷ୍ଟି ଦୋଷ ବା ଚକ୍ଷୁ ଜନିତ ସମସ୍ୟା ରହିଛି ସେହି ଛାତ୍ରଛାତ୍ରୀମାନଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି କଟାପାଲି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିବା ପାଇଁ ଏମ୍‌ଓଆଇ ଡ. ଶୋଭମ୍ ପଧାନ, ଅପଥାଲମିକ୍ ଆସିଷ୍ଟାଣ୍ଟ କେଶବ ଚନ୍ଦ୍ର ସାହୁ, ବ୍ଲକ ପ୍ରୋଗ୍ରାମ୍ ମ୍ୟାନେଜର ସୁଶିଲ କୁମାର ପଣ୍ଡା, ସିଏଚ୍‌ଓ ଶ୍ରୀମତୀ ଧରିତ୍ରୀ ମଲ୍ଲିକ, ଫାର୍ମାସିଷ୍ଟ ଚୂଡ଼ାମଣି ଦେବତା ଓ ଏମ୍‌ଆର୍‌ଏ ଅତୁଲ ମିଶ୍ର ଡାକ୍ତରୀ ଦଳ ଉପସ୍ଥିତ ରହି କାର୍ଯ୍ୟକ୍ରମଟି ସଫଳତା ପୂର୍ବକ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୩୫ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବିଭୁଦତ୍ତ ଖମାରୀ (ଆର୍‌ପିସିଡବ୍ଲୁଏସ୍‌ଏନ୍‌), ଶ୍ରୀମତୀ ବୀଣାପାଣି ମିଶ୍ର (ଆର୍‌ପିସିଡବ୍ଲୁଏସ୍‌ଏନ୍), ଆଇଇଭି ନିଳାଞ୍ଚଳ ସାହୁ ଓ ନିମାଇ ମିର୍ଦ୍ଧା ସହଯୋଗ କରିଥିଲେ ।

Leave A Reply

Your email address will not be published.

two + 10 =