pakka

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଗଣିତ ଦିବସ ପାଳିତ ହୋଇଯାଇଛି । ଏଥିରେ ଶିଶୁ ମନ୍ଦିରର ପୂର୍ବତନ ଛାତ୍ର ସ୍ୱାଗତ କୁମାର ପ୍ରଧାନ ଦୀପ ପ୍ରଜ୍ୱଳନ କରିଥିଲେ । ଶିଶୁ ଭାଇ ଭଉଣୀଙ୍କୁ ଗଣିତ ବିଷୟରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ କିଶୋର ସାହୁ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ଗଣିତଜ୍ଞ ଶ୍ରୀନୀବାସ ରାମାନୁଜନଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଏହି ଗଣିତ ଦିବସରେ ୫୦ ଜଣ ଶିଶୁ ଭାଇ ଭଉଣୀ ବିଭିନ୍ନ ପ୍ରକାରର ଗଣିତ ହାଟ କରାଯାଇଥିଲା । ବିଦ୍ୟାଳୟର ଗଣିତ ଗୁରୁଜୀ ଉମାକାନ୍ତ ସାହୁ ଓ ରୂପକ କୁମାର ବରିହା ଗଣିତ ହାଟର ପରିଚାଳନା କରିଥିଲେ । ଗୁରୁଜୀ ଭକ୍ତବନ୍ଧୁ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଜୀ ହରେରାମ ସାହୁ, ବିଶ୍ୱଜିତ ବରିହା, ଲକ୍ଷ୍ମୀକାନ୍ତ ମିର୍ଦ୍ଧା ଓ ଗୁରୁମା ବିଷ୍ଣୁପ୍ରିୟା ମହାପାତ୍ର, ପଦ୍ମାଳୟା ପ୍ରଧାନ, କୁମୁଦିନୀ ବରିହା ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

12 − one =