jayashree

ବିଧାୟକ ଦୁର୍ଗା ତନ୍ତୀଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରର ସେକ୍ଟର-୧୫/୧୬ ନିକଟରେ ଥିବା ତୁମକେଲା ବସ୍ତିରେ ରହୁଥିବା ଲୋକମାନେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ତେବେ ଦୁର୍ଗା ଚରଣ ତନ୍ତୀ ରଘୁନାଥପଲ୍ଲୀ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତୁମକେଲା ବାସୀ ନିଜର ଏହି ସମସ୍ୟା ସମ୍ଵନ୍ଧରେ ବିଧାୟକ ଦୁର୍ଗାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଙ୍ଗେ ସଙ୍ଗେ ବିଧାୟକ ଦୁର୍ଗା ଚରଣ ତନ୍ତୀ ବସ୍ତିରେ ରହୁଥିବା ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାର ବ୍ୟବସ୍ଥା କରିବା ପାଇଁ ୱାଟକୋର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ୱାଟକୋ ପକ୍ଷରୁ ଉକ୍ତ ବସ୍ତିରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା । ଆଜି ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଦୁର୍ଗା ଚରଣ ତନ୍ତୀ ତୁମକେଲା ବସ୍ତିରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ହୋଇଥିବା ଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ । ଫଳରେ ସ୍ୱାଧୀନତାର ଦୀର୍ଘ ଦସନ୍ଧି ପରେ ଯାଇ ଆଜି ତୁମକେଲା ବାସୀ ପାଇପ ଯୋଗେ ନିଜ ଘରେ ଶୁଦ୍ଧ ପାନୀୟ ଜଳ ପାଇଛନ୍ତି । ଆଜିର ଏହି ଉଦ୍‌ଘାଟନ ଉତ୍ସବରେ ୱାଟକୋର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.