୭୩ତମ ରାଜ୍ୟ ପୋଲିସ ଖେଳକୁଦ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ : କଟକ ରିଜର୍ଭ ଗ୍ରାଉଣ୍ଡରେ ଆଜି ୭୩ତମ ରାଜ୍ୟ ପୋଲିସ ଖେଳକୁଦ ପ୍ରତିଯୋଗିତାକୁ ଉଦଘା୍‌ଟନ କରିଛନ୍ତି । ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଆର. ପି. କୋଚେ । ଏହି ଚାମ୍ପିଅନସିପରେ ୧୮ଟି ବାଟାଲିୟନ, ୨୩ ଜିଲ୍ଲା ପୋଲିସ ସହ ସମୁଦାୟ ୪୧ଟି ପୋଲିସ ଟିମ୍ ଭାଗ ନେଇଛନ୍ତି । ଏଥିରେ ମୋଟ ୭୯୭ ଜଣ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଯେଉଁଥିରେ ୬୬୫ ଜଣ ପୁରୁଷ ଓ ୧୩୨ ଜଣ ମହିଳା ଖେଳାଳି ଅଛନ୍ତି । ପ୍ରତିଯୋଗିତାରେ ଅନେକ ପ୍ରତିଭାବାନ ଖେଳାଳି ମାନେ ଭାଗ ନେଇଛନ୍ତି, ଆଉ କିଛି ପ୍ରଥମ ଥର ପାଇଁ ନିଜ ଭାଗ୍ୟ ପରଖିବା ଲାଗି ଏଥିରେ ସ୍ଥାନ ପାଇଛନ୍ତି । ତେବେ ଏଥରର ଯେଉଁ ଆୟୋଜନ ହୋଇଛି, ତାକୁ ନେଇ ପୋଲିସ ବିଭାଗ ଖୁବ ଆଶାବାଦୀ । ଯେହେତୁ ଭିତ୍ତିଭୂମି ବିକାଶ ଦିଗରେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ଚମ୍ପିୟାନସିପରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିବେ ବୋଲି ଆଶା ରଖିଛି ଓଡିଶା ପୋଲିସ। ଅତୀତରେ ରାଜ୍ୟ ପୋଲିସ ପକ୍ଷରୁ ମହିଳା ଆଥଲେଟ ସରସ୍ୱତୀ ଚାନ୍ଦ ଖୁବ ନାଁ କମାଇଥିଲେ, ଏପରିକି ଅଶୋକ ଦଣ୍ଡସେନା, ଅମୁଲ୍ୟ ଜେନାଙ୍କ ପରି ଆଥଲେଟ ମାନେ ମଧ୍ୟ ଖୁବ କମାଲ କରିଛନ୍ତି ।

Leave A Reply

Your email address will not be published.