ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଶୁଭ ଉଦ୍‌ଘାଟନ

  • ଜିଲ୍ଲାର ଭିନ୍ନକ୍ଷମଙ୍କୁ ମିଳିବ ସ୍ୱତନ୍ତ୍ର ଚିକିତ୍ସା, ସହାୟତା ଓ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ଆଜି ଜିଲ୍ଲାର ସଦର ମହକୁମାଠାରେ ଡିଡିଆର୍‌ସି କେନ୍ଦ୍ରର ଶୁଭ ଉଦ୍‌ଘାଟନ କେନ୍ଦ୍ରମନ୍ତ୍ରୀ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭଗ ଡ଼. ବୀରେନ୍ଦ୍ର କୁମାରଙ୍କ କରକମଳରେ ଆଭାସୀ ଜରିଆରେ ଲୋକାର୍ପଣ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଏଡିପିଏଚ୍‌ଓ ଡ଼. ରମେଶ ଚନ୍ଦ୍ର ସ୍ୱାଇଁ, ବଲାଙ୍ଗିର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ, କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଡିଏସ୍‌ଏସ୍‌ଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ପ୍ରମୁଖ ମଂଚାସୀନ ରହିଥିଲେ । କାର୍ଯ୍ୟକ୍ରମରେ ୩ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ, ୨ ଜଣଙ୍କୁ ହ୍ୱିଲ ଚେୟାର, ୨ ଜଣକୁ ଆଶାବାଡ଼ି ଏବଂ ୫ ଜଣଙ୍କୁ ଶ୍ରବଣ ଯନ୍ତ୍ର ଉପସ୍ଥିତ ଅତିଥିବୃନ୍ଦଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ପୁନର୍ବାସ କେନ୍ଦ୍ର ଖୋଲିବା ଦ୍ୱାରା ଜିଲ୍ଲାର ଭିନ୍ନକ୍ଷମମାନଙ୍କ ପୁନର୍ବାସ କାର୍ଯ୍ୟକ୍ରମ ଯଥା ଭିନ୍ନକ୍ଷମ ଚି଼ହ୍ନଟ, ୟୁଡିଆଇଡି ପ୍ରମାଣପତ୍ର ପ୍ରଦାନ, ଭିନ୍ନକ୍ଷମ ପ୍ରତିରୋଧ ନିମନ୍ତେ ଆବଶ୍ୟକ ପଦକ୍ଷେପ, ଭିନ୍ନକ୍ଷମଙ୍କୁ ବିଭିନ୍ନ ସହାୟକ ଯନ୍ତ୍ର ପ୍ରଦାନରେ ସହାୟତା, ଶାରୀରିକ ସ୍ୱାସ୍ଥ୍ୟ ଚିକିତ୍ସା, କୃତ୍ରିମ ଅଙ୍ଗ ପ୍ରଦାନ, ସ୍ୱାବଲମ୍ବୀ ହେବା ନିମନ୍ତେ ପରାମର୍ଶ ସହ ଶୈଲ୍ୟ ଚିକିତ୍ସାର ସୁଧାର ପାଇଁ ଆବଶ୍ୟକ ପରାମର୍ଶ ଓ ସହାୟତା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସଶକ୍ତିକରଣ ବିଭାଗର ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଏସ୍‌ଏସ୍‌ଓ, ବୁଦ୍ଧିଜୀବୀ, ଓଡିଡିଆର୍‌ସିର କର୍ମକର୍ତ୍ତା, ସାମ୍ବାଦିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

fourteen + nine =