ପଦ୍ମପୁର ବିଧାନସଭାରେ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପର ବିଧାନସଭା ପଦ୍ମପୁରର ଟାଉନ ହଲ୍, ପାଇକମାଲର ଆଇଓସିଏଲ୍‌ ଗେଷ୍ଟ୍‌ ହାଉସ ଏବଂ ଝାରବନ୍ଧ ବ୍ଲକର ଡଭା ଗ୍ରାମର ସାହୁ କଲ୍ୟାଣ ମଣ୍ଡପଠାରେ ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ନାରୀଶକ୍ତି ବନ୍ଦନ ମୋଦୀଜୀଙ୍କ ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ମହିଳାମାନେ ବିକାଶର ସାରଥି । ସାମାଜିକ ପରିବର୍ତ୍ତନର କର୍ଣ୍ଣଧାର । ସେମାନଙ୍କ ବିକାଶ ବିନା ଦେଶ ଆଗେଇ ପାରିବ ନାହିଁ । ଶିକ୍ଷା, ସ୍ଵାସ୍ଥ୍ୟ, ସମାଜ ସେବା, ପ୍ରଶାସନ ଏବଂ ରାଜନୀତି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଉଲ୍ଲେଖନୀୟ । ମହିଳାମାନେ ସମାଜର ଲକ୍ଷ୍ମୀ । ମହିଳାମାନେ ଦୁର୍ବଳ କିମ୍ବା ଅସହାୟ ନୁହନ୍ତି । ଦେଶର ଶାସନଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସେମାନେ ପାରଦର୍ଶିତା ଦେଖାଇଛନ୍ତି । ଓଡ଼ିଶା ମାଟିର ଝିଅ ଦ୍ରୋପଦୀ ମୂର୍ମୁ ରାଷ୍ଟ୍ରପତି ହେବା ମହିଳାଙ୍କ ଦକ୍ଷତାର ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ବାର୍ତ୍ତାରେ କହିଥିଲେ ଦେଶର ଆର୍ଥିକ ପ୍ରଗତିରେ ବର୍ତ୍ତମାନ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମହିଳାଙ୍କ ଆତ୍ମନିଯୁକ୍ତି ଏବଂ ସଶକ୍ତିକରଣ ବୃଦ୍ଧି ପାଇଛି । ପୁରୁଷଙ୍କଠାରୁ କୌଣସି ଗୁଣରେ ମହିଳାମାନେ କମ୍ ନୁହନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା, ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି, ସମସ୍ତ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି, ସମସ୍ତ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି, ସମସ୍ତ ମଣ୍ଡଳ ମୋର୍ଚ୍ଚା ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା ।

Leave A Reply

Your email address will not be published.

fifteen + fifteen =

error: Content is protected !!