csstore

ଜେନାପୁର ପଞ୍ଚାୟତର ନୂତନ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜେନାପୁର ଗ୍ରାମ ପଂଚାୟତର ଗୋବିନ୍ଦପୁର କଣ୍ଟା ବଣିଆଠାରେ ନୂତନ କଲ୍ୟାଣ ମଣ୍ଡପ ଓ ପଂଚାୟତର ସାହାଯ୍ୟ ଓ ସହାୟତା କେନ୍ଦ୍ରକୁ ଉଦ୍‌ଘାଟନ କଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଏହି ଉତ୍ସବରେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ବିଡ଼ିଓ କ୍ଷିତିଶ ବେହେରା, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସହାୟକ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ପ୍ରାକ୍ତନ ବ୍ଲକ ଅଧକ୍ଷ ବୈରାଗୀ ଜେନା, ସରପଞ୍ଚ ବିଶ୍ଵନାଥ ପଟ୍ଟନାୟକ, ସମିତିସଭ୍ୟା ସତ୍ୟଭାମା ଜେନା, ପଂଚାୟତ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ଜେନା ପ୍ରମୁଖଙ୍କ ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.