pr

ନୂତନ ବିସ୍ଥାପିତ କଲୋନୀରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ କଲେ ବଲାଙ୍ଗିର ଜିଲ୍ଲାପାଳ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦେଇପାଲି ନିକଟରେ ଥିବା ନୂତନ ବିସ୍ଥାପିତ କଲୋନୀରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି ଜିଲ୍ଲାପାଳ ଚଞ୍ଚଲ ରାଣା । ଜିଲ୍ଲାପାଳ ଏହାର ଉଦ୍‌ଘାଟନ କରିବା ସହ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କୁ ଅବସ୍ଥାପିତ ପତ୍ର ଦେଇଥିଲେ । ବିସ୍ଥାପିତ କଲୋନୀମାନଙ୍କରେ ଆଗାମୀ ଦୁଇ ମାସ ମଧ୍ୟରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ସ୍ଥାୟୀ ଘରେ କାର୍ଯ୍ୟକ୍ଷମ ହେବା ସହ କେନ୍ଦ୍ରଗୁଡିକର ସମସ୍ତ ଆବଶ୍ୟକତା ପୂରଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏହାସହ ଯେଉଁ ଅଙ୍ଗନୱାଡି କର୍ମୀ ଓ ସହାୟିକା ଭଲ କାମ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ତେଣୁ ସମସ୍ତେ ଭଲ କାମ କରିବା ସହ କଲୋନୀକୁ ଆଦର୍ଶ ରୂପେ ଗଢି ତୋଳିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଲୋୟର ସୁକତେଲ ବିସ୍ଥାପିତ କଲୋନୀରେ ସ୍ଥାୟୀ ପାଣି ଯୋଗାଣ ଡିସେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ । ରାସନ, ଭୋଟର କାର୍ଡ ଆଦି କୌଣସି ଅସୁବିଧା ସାମ୍ନା କଲେ କଲୋନୀବାସୀ ସ୍ଥାନୀୟ ବିଡିଓଙ୍କୁ ଜଣାଇବାକୁ କହିଥିଲେ । ଏହାର ତୁରନ୍ତ ପ୍ରତିକାର କରାଯିବାକୁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ କହିଥିଲେ । ୧୫ଟି ଅଙ୍ଗନୱାଡିରେ ୩୦ ଜଣଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଜ୍ୟୋତ୍ସ୍ନାମୟୀ ଦେଓ, ଚନ୍ଦ୍ରିକା ସା, ଦିବ୍ୟଶ୍ରୀ ସାହା, ରଞ୍ଜିତା ନାଏକ, ମୁଖି ସାହୁ, ସବିତା ଘିବେଲା, ଜମ୍ବୋଦିନୀ ପଟେଲ, ସୁକାନ୍ତି ପାରାଭୁଏ, ମାଲତୀ ପଟେଲ, ତପସ୍ଵିନୀ ପାଣ୍ଡେ, ଅହଲ୍ୟା ମହାନନ୍ଦ, ପ୍ରତିମା ରାଣା, ମମତା ଭୁଏ, ଜାନକୀ ଭୁଏ, ସଚଳାରାଣୀ ପଧାନ, ବନିଆ ଭୋଇ, ଚନ୍ଦ୍ରମା ପଧାନ, କାଞ୍ଚନ ବିଶ୍ଵାଳ, କଲ୍ୟାଣୀ ବାଗ, ରଜନୀ ଧରୁଆ, ବବିତା ପଧାନ, ବିଜୟଲକ୍ଷ୍ମୀ ପଧାନ, ତପସ୍ଵିନୀ ଉଦୁରୁକୁଲିଆ, ଜମ୍ବୋବତୀ ପୋଢ, ହିରା ପୁଟା, ନୂଆଦେଇ ପାଣ୍ଡେ, ସୂର୍ଯ୍ୟା ହାତୀ, ଅର୍ଚନା ସାହୁ, ଶୋଭାଗିନୀ ମହାକୁର, ପ୍ରଭାସିନୀ ବାଗଙ୍କୁ ଅଙ୍ଗନୱାଡି କର୍ମୀ ଓ ସହାୟିକା ରୂପେ ଅବସ୍ଥାପିତ କରାଯାଇଛି ।

nrusinghnath
Leave A Reply

Your email address will not be published.