ଭାଟିପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହରର ଅନତି ଦୂରରେ ଥିବା ଭାଟିପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ପୁସ୍ତକକୁ ନେଇ ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ପୁସ୍ତକ ପଠନ ପ୍ରତି ବିଶେଷ ଆକର୍ଷିତ ହେବା ପାଇଁ ପିଲାମାନଙ୍କୁ ନୂତନ ଭାବରେ ଗୁଣାତ୍ମକ ଶିକ୍ଷାଦାନ ଦେବା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଇଥିଲା । ପାଠାଗାରର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାର ପୁସ୍ତକ ଛାତ୍ରଛାତ୍ରୀଙ୍କ ଚରିତ୍ର ସଂଶୋଧନ ପାଇଁ ବିଶେଷ ଭୂମିକା ଗ୍ରହଣ କରିଥାଏ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଷମା ମିଶ୍ର, ତୃପ୍ତି ପଟ୍ଟନାୟକ, ରୂପଶ୍ରୀ ପାଣିଗ୍ରାହୀ, ସନ୍ତୋଷିନୀ ଷଡ଼ଙ୍ଗୀ, କଲ୍ୟାଣୀ ଦାଶ ସହଯୋଗ କରିଥିଲେ ।

Leave A Reply

Your email address will not be published.

16 − four =