pakka

୫ଟି ସ୍ୱଚ୍ଛତା ରଥ ଉଦ୍‌ଘାଟନ କଲେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଆଜି ଅପରାହ୍ନରେ ଆଉ ୫ଟି ସ୍ୱଚ୍ଛତା ରଥ ଉଦ୍‌ଘାଟନ କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି ୫ଟି ସ୍ୱଚ୍ଛତା ରଥ ୱାର୍ଡ ନଂ.୨, ୧୦, ୧୩, ୧୬ ଓ ୧୭କୁ ଅଳିଆ ଆବର୍ଜନା ସଂଗ୍ରହ କରିବା ପାଇଁ ପ୍ରତ୍ୟହ ପହଂଚିବ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପୌର ପରିଷଦ ପକ୍ଷରୁ ୧୬ଟି ସ୍ୱଚ୍ଛତା ରଥ ମଗା ଯାଇଥିବା ବେଳେ ୫ଟି ସ୍ୱଚ୍ଛତା ରଥକୁ ଆଜି ଉଦ୍‌ଘାଟନ କରିଛନ୍ତି ପୌର ଅଧ୍ୟକ୍ଷା । ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଆଉ ୧୧ଟି ସ୍ୱଚ୍ଛତା ରଥ ବଲାଙ୍ଗିର ପୌର ପରିଷଦରେ ପହଂଚିବ ଏବଂ ପ୍ରତ୍ୟେକ ୱାର୍ଡକୁ ଗୋଟିଏ ଲେଖାଏଁ ସ୍ୱଚ୍ଛତା ରଥ ଯୋଗାଇ ଦିଆଯିବ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି । ପ୍ରତ୍ୟହ ସକାଳୁ ଓ ସଂଧ୍ୟାରେ ସାରା ସହରର ପ୍ରତ୍ୟେକ ୱାର୍ଡକୁ ସ୍ୱଚ୍ଛତା ରଥ ପହଂଚି ଅଳିଆ ଆବର୍ଜନା ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବଲାଙ୍ଗିର ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବଲାଙ୍ଗିର ପୌର ପରିଷଦ ନିଷ୍ଠାପର ଭାବେ କାମ କରୁଥିବା ସୂଚନାରେ କୁହାଯାଇଛି । ଓଦା ବର୍ଯ୍ୟବସ୍ତୁ ଏବଂ ଶୁଖିଲା ବର୍ଯ୍ୟବସ୍ତୁ ସମସ୍ତେ ଅଲଗା ଅଲଗା ରଖି ସ୍ୱଚ୍ଛତା ରଥକୁ ପ୍ରଦାନ କରିବା ନିମନ୍ତେ ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ବଲାଙ୍ଗିର ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଆଜିର ଏହି ସ୍ୱଚ୍ଛତା ରଥ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷାଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଓ ଅନ୍ୟ ପୌର ପରିଷଦର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

16 − eleven =

error: Content is protected !!