ls

ଆଇନ ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲ୍‌ଧରଙ୍କ କରକମଳରେ ଆଇନ ସେବା ଭବନ, କଟକରୁ ଓଡିଶାର ୧୫ ଜିଲ୍ଲାରେ ଆଇନ ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି । ଏହା ସହିତ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନାଙ୍କ କରକମଳରେ ବଲାଙ୍ଗିର ସ୍ଥିତ ଆଇନ ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବେଣୁଧର ପାତ୍ର, ଜଜ୍‌ ଫ୍ୟାମିଲି କୋର୍ଟ, ବଲାଙ୍ଗିର, ଆନନ୍ଦ ନାରାୟଣ ମହାରଣା, ଭିଜିଲାନ୍ସ ନ୍ୟାୟାଧିଶ, ବଲାଙ୍ଗିର, ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଥମ, ବଲାଙ୍ଗିର, ଶ୍ରୀମତୀ ଇତିଶ୍ରୀ ମାଳବିକା ଭୂୟାଁ, P.O. Special Court (SC & ST), ବଲାଙ୍ଗିର, ଜ୍ୟୋତିରଂଜନ ଦାଶ, ସିଭିଲ୍‌ ଜଜ୍‌ (ବରିଷ୍ଠ), ବଲାଙ୍ଗିର, ଚରଣଜିତ୍‌ ଓରାମ୍‌, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ବଲାଙ୍ଗିର, ଶ୍ରୀମତୀ ସସ୍ମିତା ସେଠୀ, ସିଭିଲ୍‌ ଜଜ୍‌ (କନିଷ୍ଠ), ବଲାଙ୍ଗିର, ପ୍ରକାଶ କୁମାର କର, ଜେ.ଏମ୍‌.ଏଫ୍‌.ସି, ବଲାଙ୍ଗିର, ଶ୍ରୀମତୀ ଭାଗ୍ୟଶ୍ରୀ ପତି, ଜେ.ଏମ୍‌.ଏଫ୍‌.ସି, ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ୍‌ ତ୍ରୀପାଠୀ ଏବଂ ସମସ୍ତ ଓକିଲ ଉପସ୍ଥିତ ଥିଲେ । ଏହା ସହିତ ଉକ୍ତ କାର୍ଯ୍ୟାଳୟରେ ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଏବଂ ସହାୟକ ଆଇନ ସେବା ପ୍ରତିପକ୍ଷ ଓକିଲ ପଦବୀ ପାଇଁ କାର୍ଯ୍ୟ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ଅରବିନ୍ଦାକ୍ଷ ପୁଜାରୀ, ରଂଜନ ବାରିକ ଏବଂ ବିବେକ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିଲେ ।

manabhanjan
Leave A Reply

Your email address will not be published.