ପଡ଼ିଆରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବାରିପଦା : ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ପଡ଼ିଆରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାରିପଦା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସଦଳବଳେ ରବିବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୃତ ମହିଳା ଜଣକ ହେଲେ ସ୍ଥାନୀୟ ରଜାବସା ଅଞ୍ଚଳର ଗୋଲାପୀ ମଣି ଟୁଡୁ । ସୂଚନା ଅନୁଯାୟୀ, ସେ ଶନିବାର ରାତିରେ ତାଙ୍କ ଘର ନିକଟରେ ଥିବା ସମ୍ପର୍କୀୟଙ୍କ ଘରେ ଶୋଇଥିଲେ । ସେଠାରେ କୌଣସି ବ୍ୟକ୍ତି ତାଙ୍କୁ ରାତିରେ ହତ୍ୟା କରି ଆଣି ପଡିଆରେ ପକେଇ ଦେଇଥିବାର ସନ୍ଦେହ କରାଯାଉଛି । ରବିବାର ସକାଳୁ ସ୍ଥାନୀୟ ଲୋକମାନେ ଦେଖି ବାରିପଦା ସଦର ଥାନା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାରିପାର୍ଶ୍ଵକ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏଥିସହିତ ମୃତଦେହକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପିଆର୍‌ଏମ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି ।

Leave A Reply

Your email address will not be published.