pr

ଯୁବକଙ୍କ ଉପରେ କାଚ ବୋତଲରେ ଆକ୍ରମଣ : ଅଭିଯୁକ୍ତ ଫେରାର

dr. purohit
  • ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ଘୋଷଣା

ପୁରୀ, (କେପିଏନ୍‌ଏସ୍‌) : ଗୋପ ବ୍ଲକ ସୋରଭା ପଞ୍ଚାୟତ ସାମା ଗାଁର ଯୁବକ ସୁରେନ୍ଦ୍ର ବେହେରାଙ୍କ ଉପରେ କାଚ ବୋତଲରେ ଆକ୍ରମଣ ଘଟଣାରେ ଉପୁଲା ଗାଁର ଯୋଗେନ୍ଦ୍ର ସେଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ଆହତ ସୁରେନ୍ଦ୍ର ବେହେରା ବର୍ତ୍ତମାନ କଟକର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଘଟଣା ପରଠାରୁ ଯୋଗେନ୍ଦ୍ର ସେଠୀ ଫେରାର ଥିବା ଅଭିଯୋଗ ହୋଇଛି । ଯଦି ଯୋଗେନ୍ଦ୍ର ସେଠୀ ବିଷୟରେ କୌଣସି ସୂଚନା ମିଳେ ତୁରନ୍ତ ଜଣାଇବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି । ଉପୁଲା ଗାଁର ସାମାଜିକ କର୍ମୀ ସିଦ୍ଧାର୍ଥ ଲେଙ୍କା କହିଛନ୍ତି ଯେ, ତାଙ୍କୁ ଖୋଜିବାରେ ସାହାଯ୍ୟ କରୁଥିବା ଏବଂ ତାଙ୍କ ଠିକଣା ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୫,୦୦୦ ଟଙ୍କା ନଗଦ ପୁରସ୍କାର ଦିଆଯିବ ।

nrusinghnath
Leave A Reply

Your email address will not be published.