pakka

ମୁଣ୍ଡୁଳି ବ୍ରିଜରୁ ଡେଇଁପଡ଼ିଥିବା ଯୁବକ ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର

bbehera

କଟକ : ମୁଣ୍ଡୁଳି ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ ଲୋକମାନେ ଯୁବକ ଜଣଙ୍କୁ ଏକ ଟାପୁରୁ ଉଦ୍ଧାର କ​‌ରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ଗତକାଲି ରାତି ୯ଟା ବେଳେ ମୁଣ୍ଡୁଳି ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ନଦୀର ପ୍ରଖର ସ୍ରୋତରେ ମୁଣ୍ଡୁଳିରୁ ପ୍ରାୟ ୩ କିମି ଦୂର ଅନନ୍ତପୁର ଯାଏ ଯୁବକ ଜଣକ ଭାସିଯାଇଥିଲେ । ସେଠାରେ ଏକ ଟାପୁ ଥିବାରୁ ଲାଗିଥିଲେ । ସୌଭାଗ୍ୟ ବସତଃ ଯୁବକ ଜଣକ ଏତେ ଦୂର ଭାସିଯାଇଥିଲେ ମଧ୍ୟ ତାଙ୍କର କୌଣସି କ୍ଷତି ହୋଇନାହିଁ । ସେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛନ୍ତି । ଯୁବକଙ୍କ ନାଁ ଜଣାପଡ଼ି ନଥିବା ବେ​‌ଳେ ସେ ନିକଟସ୍ଥ ନୂଆଗଡ଼ ଗାଁର ବୋଲି କୁହାଯାଉଛି । ସେ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି ।

jay balangir
Leave A Reply

Your email address will not be published.

six − one =