pakka

ଆଜି ପ୍ରକାଶ ପାଇବ ପିଜି ପ୍ରଥମ ପର୍ଯ୍ୟାୟ ସିଟ୍‌ ବଣ୍ଟନ ତାଲିକା, ୧୬, ୧୭ ତାରିଖରେ ନାମଲେଖା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗୁଡିକରେ ପ୍ରଦାନ କରାଯାଉଥିବା ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷରେ ନାମ ଲେଖିବା ଲାଗି ଗୁରୁବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ବଣ୍ଟନ ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କୁ ସିଟ୍‌ ମିଳିବ, ସେମାନେ ୧୬ ଏବଂ ୧୭ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଯାଇ ରିପାର୍ଟିଂ କରିବା ସହ ନାମ ଲେଖାଇବେ । ୧୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲାମାନେ ସ୍ଳାଇଡ ଅପ୍‌ କରିପାରିବେ । ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ ବଣ୍ଟନ ତାଲିକା ପ୍ରକାଶ ପାଇବ । ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପିଲାମାନେ ନାମ ଲେଖାଇପାରିବେ । ୨୬ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟର ନାମଲେଖା ଡାଟା ଅପଡେଟ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍‌ ବଳକା ରହିବ, ତେବେ ୨୯ ତାରିଖ ଦିନ ସାମ୍ସ ୱେବସାଇଟରେ ଏହାର ତଥ୍ୟ ପ୍ରକାଶ ପାଇବ । ଅକ୍ଟୋବର ୧୦ ତାରିଖରେ ସ୍ପଟ ମେଧା ତାଲିକା ପ୍ରକାଶ କରାଯିବ । ଏହି ରାଉଣ୍ଡରେ ଯେଉଁମାନେ ଚୟନ ହାଇଥିବେ ସେମାନେ ୧୧ ଓ ୧୨ ତାରିଖରେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ । ୧୪ ତାରିଖ ଦିନ ଫାଇନାଲ ସ୍ପଟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏଥିରେ ଯେଉଁମାନେ ଚୟନ ହୋଇଥିବେ, ସେମାନେ ୧୫ରୁ ୧୭ ତାରିଖ ମଧ୍ୟରେ ନାମ ଲେଖାଇବେ ବୋଲି ସାମ୍ସ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

4 × 4 =