jsm

କୁଟାସିଂହା ନୂତନ ସ୍ୱୀକୃତି ପ୍ରାପ୍ତ +୨ କଲେଜ ଉଦ୍‌ଘାଟିତ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ସ୍ୱୀକୃତି ପ୍ରାପ୍ତ +୨ କଲେଜ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ସୁବୋଧ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗିତାଞଳି ଦାସ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାହୁ, କୁଟାସିଂହା ସରପଂଚ ଡିଗ୍ରୀ ମେହେର, ସମିତି ସଭ୍ୟା ପୁଷ୍ପାଞ୍ଜଳି ବେହେରା ମଂଚାସିନ ଥିଲେ । ଉଦ୍‌ଘାଟିତ ସମାରୋହରେ ନୂତନ ନିଯୁକ୍ତ ଅଧ୍ୟାପକ ଓ ନୂତନ ନାମ ଲେଖାଇଥିବା କଲେଜର ଛାତ୍ରଛାତ୍ରୀମାନଙ୍କୁ ସ୍ୱଗତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ନୂତନ ଅଧ୍ୟାପକ, ଅଧ୍ୟପିକା ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

yuvodaya
Leave A Reply

Your email address will not be published.