pakka

ଉଦନ୍ତୀ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ସିନାପାଲି ସହର

bbehera

ସିନାପାଲି, (ନିରାକାର ମେହେର) : ସିନାପାଲି ଅଂଚଳର କଳା, ସାହିତ୍ୟ, ସଂସ୍କୃତିର ମହାପର୍ବ ଉଦନ୍ତୀ ମହୋତ୍ସବ ଆଜିଠାରୁ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ଅଂଚଳର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳକୁ ନେଇ ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ମଂଚ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ । ଏ ଅବସରରେ କଳାହାଣ୍ତି, ବଲାଙ୍ଗିର, ବରଗଡ଼, ରାୟଗଡ଼ା ଆଦି ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକକଳା ଓ ଛତିଶଗଡ଼ର ପ୍ରସିଦ୍ଧ ଲୋକନୃତ୍ୟ “ଅମୃତ ଧାରା” ମହୋତ୍ସବ ମଂଚରେ ପରିବେଷଣ ହେବ । ଶେଷ ସଂଧ୍ୟାରେ ପ୍ରସିଦ୍ଧ ଷ୍ଟାର ଗାୟିକା ଅସୀମା ପଣ୍ତା ଓ ଗୄପ ନିଜର କଳା ପ୍ରଦର୍ଶନ କରିବେ । ସେହିପରି ତିନିଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ମହୋତ୍ସବ ଭିନ୍ନ ଭିନ୍ନ ସାଂସ୍କୃତିକ ସଂଧ୍ୟାରେ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଲୋକସଭା ସାଂସଦ ବସନ୍ତ ପଣ୍ତା, ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ମହୋତ୍ସବ କମିଟିର ସଭାପତି ଭାବରେ ନୀଳମଣି ମେହେର, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ନାଥ ଯୋଷୀ, ସାଧାରଣ ସଂପାଦକ ବୈଷ୍ଣବ ମେହେର, ଉପସଭାପତି ଶଶୀଭୂଷଣ ମାଝୀ, ପ୍ରଦୀପ ଜୈନ, ଲିଙ୍ଗରାଜ ଘିଭେଲା, ପ୍ରିୟରଞ୍ଜନ ମେହେର, ଅଜିତ ଯୋଷୀ, ରାକେଶ ମେହେର, ସହ ସଂପାଦକ ମନୀଷ ପଟେଲ, ବଂଶୀଧର ଜଗତ, ଜିତୁ ମେହେର, ଦିବ୍ୟ ରଞ୍ଜନ ନାଏକ, ଆଲୋକ ମେହେର, ସୁରଜ ମେହେର, ରଜନୀ ମାଝୀ, ଜଗନ୍ନାଥ ସାଗର, ପ୍ରବୀଣ ମେହେର, ସାନୁର୍ଯ୍ୟ ମେହେର, କୋଷାଧ୍ୟକ୍ଷ ଶିବ ପ୍ରସାଦ ମେହେର ପ୍ରମୁଖ ରହିଛନ୍ତି । କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମକୁ ଦୄଷ୍ଟିରେ ରଖି ମହୋତ୍ସବ ପାଳନ କମିଟି ଓ ସ୍ଥାନୀୟ ପୋଲିସ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

4 × two =