ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟିଶୂନ୍ୟ କରିବା ନିମନ୍ତେ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟିଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲାପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଯାଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ନିଯୁକ୍ତ ପୋଲିଙ୍ଗ ଅଧିକାରୀ ସାମିଲ ଥିଲେ । ସୂଚନାଯୋଗ୍ୟ ଯେ, ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ତାଲିମ୍ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ମହିଳା ସରକାରୀ ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ ମହାବିଦ୍ୟାଳୟଠାରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଡେପୁଟି କଲେକ୍ଟର ଇଲେକ୍ସନ ରାଜେନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖଙ୍କୁ ପର୍ଯ୍ୟାୟକ୍ରମେ ତାଲିମ୍ ପ୍ରଦାନ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ଶିବିରରେ ପୋଲିଙ୍ଗ ଅଧିକାରୀ ଓ ପ୍ରିଜାଡିଙ୍ଗ ଅଧିକାରୀଙ୍କୁ ସାଧାରଣ ନିର୍ବାଚନ ପରିଚାଳନା ନିଜ ନିଜ ଦାୟିତ୍ୱ କିପରି ନିର୍ଭୁଲ ଭାବରେ ତୁଲାଇବେ ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯିବ । ପୋଲିଙ୍ଗ ଅଧିକାରୀମାନେ କିପରି ବ୍ୟବସ୍ଥିତ ଭାବେ ପ୍ରଦର୍ଶନ କେନ୍ଦ୍ରରୁ ବୁଥ୍ ପର୍ଯ୍ୟନ୍ତ ଯିବେ ଓ ବୁଥ୍‌ରେ କେଉଁ ଅଧିକାରୀଙ୍କ କଣ କଣ କାର୍ଯ୍ୟ ତାହା ବୁଝାଇଥିଲେ । ଭୋଟ ଗ୍ରହଣ ଦିନ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ପ୍ରକିୟା କିପରି କରିପାରିବେ, ସେକ୍ଟର ଅଧିକାରୀଙ୍କ ସହ କିପରି ଯୋଗାଯୋଗ ରଖି ସୂଚନା ଦେବା ନେଇ ତାଲିମ୍ ପ୍ରଦାନ କରିଥିଲେ । ଇଭିଏମ୍, ଭିଭିପାଟ କିପରି ସଂଯୋଗ କରିବେ କଣ୍ଟ୍ରୋଲ ୟୁନିଟ କାର୍ଯ୍ୟ ଆଦି ସୂଚନା ଦେଇଥିଲେ । ପ୍ରତ୍ୟେକ ପୋଲିଙ୍ଗ ଅଧିକାରୀ ନିଜ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଳାଇବା ସହିତ ଗଣତନ୍ତ୍ରର ପବିତ୍ର କାର୍ଯ୍ୟକୁ ସଫଳତା‌ର‌ ସହିତ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଇସଲୱାର ପରାମର୍ଶ ଦେଇଥିଲେ । ଏଥି ସହିତ ଜିଲ୍ଲାପାଳ ନିର୍ବାଚନ ସମୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ନିଜ ଶରୀରର ଯତ୍ନ ନେବା, ଖାଦ୍ୟ ପାନୀୟ ଠିକ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଶାରୀରିକ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କହିଥିଲେ । ନିର୍ବାଚନ ପାଇଁ ପ୍ରତ୍ୟେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଔଷଧ, ଆମ୍ବୁଲାନ୍ସ ଓ ଜରୁରୀ ସେବା ସହ ଡାକ୍ତରମାନେ ଉପସ୍ଥିତ ରହିବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ ।

Leave A Reply

Your email address will not be published.

one + 19 =