ଜନ୍ମଦିନ ଅବସରରେ ନିଜର ଶରୀର ଦାନ କରି ଏକ ନିଆରା ଉଦାହରଣ ସୃଷ୍ଟି କଲେ ଶୁଶାନ୍ତ କୁମାର ମଲ୍ଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମଦିନ ଅବସରରେ ନିଜର ଶରୀର ଦାନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ସରଗଜ (ବେଲମୁଣ୍ଡା) ଗ୍ରାମର ଶୁଶାନ୍ତ କୁମାର ମଲ୍ଲିକ । ସେ ପେସାରେ ଜଣେ ସରକାରୀ କର୍ମଚାରୀ ଭାବରେ ଚାକିରି କରୁଥିବା ବେଳେ ଯୁବ ସମାଜସେବୀ ଅଜୟ କୁମାର ନାଗଙ୍କ ଠାରୁ ଅନୁପ୍ରାଣିତ ହୋଇ ନିଜର ଶରୀରକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଦାନ କରିଛନ୍ତି । ଜନ୍ମଦିନରେ ଗୌତ୍ତମ ବୁଦ୍ଧଙ୍କ ବିଚାର ଧାରା ଓ ବାବା ସାହେବ୍ ଡ଼. ବି.ଆର୍. ଆମ୍ବେଦକରଙ୍କ ଆଶୀର୍ବାଦ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଯାଇ ସେଠାରେ ଆସିଷ୍ଟାଣ୍ଡ ପ୍ରଫେସର ଡ଼. ଦିବ୍ୟା ବାରାଙ୍କ ସହିତ ଦେଖାକରି ଶରୀର ଦାନ ଆବେଦନ ପତ୍ର ପୁରଣ କରିବା ପରେ ସତ୍ୟପାଠ ଦାଖଲ କରି ମୃତ୍ୟୁ ପରେ ନିଜର ଶରୀରକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠ ପଢା ଓ ରିସର୍ଚ୍ଚ କାମ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ଦାନ କରି ସତ୍ୟପାଠ କରିଥିଲେ । ସୁଶାନ୍ତ କୁମାର ମଲ୍ଲିକଙ୍କ କହିବା ଅନୁଯାୟୀ ଜୀବନ ଥିବା ଯାଏ ମୁଁ ଜନସାଧାଣଙ୍କ ସେବା କରିବି ମୁଁ ମରିଗଲେ ମୋର ଶରୀରକୁ ଦାହ କଲେ ପାଉଁଶ ହୋଇଯିବ କି ମାଟି ଖୋଳି ପୋତିଦେଲେ ମୋର ମଲା ଶରୀର ମାଟିରେ ମିଶି ଯିବ ଓ ବେକାର ହୋଇଯିବ ହେଲେ ମୋର ମଲାପରେ କଲେଜର କର୍ତ୍ତୃପକ୍ଷ ମୃତ୍ୟୁ ଶରୀରକୁ ନେଇ ଡାକ୍ତରୀ ବିଦ୍ୟା ଅଧ୍ୟୟନ କାମରେ ଆସିବ ବୋଲି ମତ ପ୍ରକାଶ କରିଛନ୍ତି । ତା’ପରେ ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ରୋଗୀଙ୍କୁ ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ରକ୍ତ ଆବଶ୍ୟକ ହେଉଥିବାରୁ ସୁଶାନ୍ତ ନିଜର ରକ୍ତକୁ ଦାନ କରି ଅମୂଲ୍ୟ ଜୀବନ ବଞ୍ଚାଇଥିଲେ । ଏହି ମହତ କାର୍ଯ୍ୟରେ ସୁଶାନ୍ତ କୁମାର ମଲ୍ଲିକଙ୍କ ସ୍ତ୍ରୀ ରଶ୍ମିତା କୁମ୍ଭାର, ବିପିନ୍ ବିହାରୀ ବାରିକ, ସମାଜସେବୀ ଦେବରାଜ ମହାନନ୍ଦ, ମେଡିକାଲ କର୍ତ୍ତୃପକ୍ଷ ଶ୍ରୀକାନ୍ତ ତ୍ରିପାଠୀ ଓ ଉତ୍ତମ ଛତ୍ରିଆ ସହଯୋଗ କରିଥିଲେ ।

Leave A Reply

Your email address will not be published.