pakka

ଷଷ୍ଠ ତମ ତମିଆ ବ୍ୟାଡ୍‌ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

bbehera

ବଲାଙ୍ଗୀର : ତମିଆ ବ୍ୟାଡ୍‌ ମିଣ୍ଟନ କ୍ଲବ ଆନୁକୂଲ୍ୟରେ ୨୭,୨୮ ଓ ୨୯ ତାରିଖ ପର୍ୟ୍ୟନ୍ତ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ଼, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୫୦ ରୁ ଉର୍ଦ୍ଧ୍ବଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ଉତ୍ସବରେ ପଦ୍ମପୁରର ହରିଶଙ୍କର ସିଂହ ଓ ଫରୋଜ ଖାନ ବିଜେତା ଓ ଘସିଏନ ଗ୍ରାମର ସଞ୍ଚୟ ବାରିକ ଓ ଇଲୁ କୁମ୍ଭାର ଉପ ବିଜେତା ହୋଇଥିଲେ । ଖେଳର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ସମିତି ସଭ୍ୟ ସୁରେଶ ପଣ୍ତା, ସମ୍ମାନିତ ଅତିଥି ଗୋବିନ୍ଦ ମେହେର ଯୋଗଦେଇ ପ୍ରତିଯୋଗିତା ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ସମସ୍ତ ମ୍ୟାଚ୍କୁ ମୋହନ ରଣା ଓ ତପି ମେହେର ପରିଚାଳନା କରିଥିଲେ । କ୍ଲବର ସଦସ୍ୟ ଭୀମ ଅଗ୍ରୱାଲ, ହିଂମାଶୁ ସାହୁ, ସାୟଦ ଜାହିଦ, ପ୍ରମୋଦ ଭୋଇ, ଆଶିଷ ରଣା, ସୁମନ୍ତ ପୋଢ, ରାଜୁ ଓ ଜଗୁ ସମସ୍ତେ ମିଶି ପରିଚାଳନା କରିଥିଲେ । ଶେଷରେ କ୍ଲବର ସଭାପତି ନରେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 − 2 =