csstore

ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ରୋଟ୍ରାକଟ କ୍ଲବ ଅଫ ଗାନ୍ଧୀ ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ ଅଫ ଷ୍ଟିଲ ସିଟିର ମିଳିତ ସହଯୋଗରେ ଚନ୍ଦନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗତ ୫ ତାରିଖ ଦିନ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଟାରୀ କ୍ଲବ ଅଫ ଷ୍ଟିଲ ସିଟିର ସଭାପତି ଆନ୍ନାବେଲ ଡିସୌଜା, ଉପଦେଷ୍ଟା ଡ଼. ଅଞ୍ଜନା ମୈତ୍ର, ରୋଟ୍ରାକଟ କ୍ଲବର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ବରାଳ, ସହ ସଂପାଦକ ଲଳିତା ମୁଦୁଲି, ରୋଟ୍ରାକଟ ସ୍ୱର୍ଗତ ଚନ୍ଦନଙ୍କ ପିତା ସାରଦାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ରାଉରକେଲା ଓ ଆଖ ପାଖ ଅଞ୍ଚଳର ୧୬ଟି ଦଳ ଭାଗ ନେଇଥିଲେ । ରୋଟାରୀ କ୍ଲବ ପକ୍ଷରୁ ଟ୍ରଫି ଓ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । କ୍ଲବ ତରଫରୁ କାବେରୀ ବାନାର୍ଜୀ ଓ ରାଜେନ୍ଦ୍ର ପ୍ରସାଦ ଟୁର୍ଣ୍ଣାମେଣ୍ଟ ବୁଲି ଦେଖିବା ସହ କ୍ରୀଡା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ପୁରସ୍କାର ପ୍ରଦାନ ଉତ୍ସବ ଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗାନ୍ଧୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ସନ୍ଧ୍ୟା ରାଣୀ ବରାଳ, ଲଳିତା ମୁଦାଲି, କୁମାର ବେହେରା, ପ୍ରତିଭା ଦେଇ, ପ୍ରୀତି ଅଗ୍ରୱାଲ, ଗୌରୀ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମାରୁତି ୧୧ ଦଳ ବିଜେତା ହୋଇଥିବା ବେଳେ ଦେଓଗାଁ ଷ୍ଟାର ଦଳ ରନର୍ସ ଅପ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶମ୍ଭୁ, ଦିବାକର, ପ୍ରଭାତ, ଅମିତ, ପୂର୍ଣ୍ଣ, ବଳିଆ, ଗଣୁ, ହରି, ସୁମିତ, ବିକାଶ, ସୁଜିତ, କାର୍ତ୍ତିକ, ସଞ୍ଜୀତ ଓ ରୁଦ୍ରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.