csstore

ତୁରେକେଲା ଆର୍‌ଜିପିଏସ୍‌ ଉଚ୍ଚ ବିଦ୍ୟାଳୟରେ ଯୁବ ଓଡିଶା, ନବୀନ ଓଡିଶା ପାଳନର ୬ଷ୍ଠ ଦିବସ : ପୁରସ୍କୃତ ହେଲେ ଛାତ୍ରଛାତ୍ରୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକସ୍ଥିତ ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଯୁବ ଓଡିଶା, ନବୀନ ଓଡିଶା ପାଳନର ସୋମବାର ୬ଷ୍ଠ ଦିବସରେ ପୂର୍ବତନ କଂଟାବାଂଜି ବିଧାୟକ ଅୟୁବ ଖାନ (ମୂଖ୍ୟ ଅତିଥୀ), କଂଟାବାଂଜି ଫରେଷ୍ଟ ରେଂଜ ଅଫିସର ଶ୍ରଦ୍ଧାଦେବ ବଡମାଲି, ସାମାଜିକ କର୍ମୀ ଉନ୍ନି ନାୟାର ସମ୍ମାନୀତ ଅତିଥୀଭାବେ ମଂଚାଶିନ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନି କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ୬ଷ୍ଠ ଦିନର କାର୍ଯ୍ୟକ୍ରମରେ ଭଲିଭଲ୍‌, ବ୍ୟାଡ୍‌ମିଣ୍ଟନ୍‌, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଖେଳକୁ ମୂଖ୍ୟ ଅତିଥୀ ଉଦ୍‌ଘାଟନ ପରେ ଛାତ୍ରୀଛାତ୍ରମାନଙ୍କ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । ବିଭିନ୍ନ ଦିନମାନଙ୍କରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା କ୍ୟାରମ, ୧୦୦ମି, ୨୦୦ମି, ୪୦୦ ମି, ୮୦୦ମି ଦୌଡ, ଗୋଳା ଫିଙ୍ଗା, ଡିସକସ୍‌ ଥ୍ରୋ, ଜ୍ୟାଭ୍‌ଲିନ୍‌ ଥ୍ରୋ ଆଦି ଖେଳର କୃତି ପ୍ରତିଯୋଗୀମାନଙ୍କୁ ମୂଖ୍ୟ ଅତିଥୀ ଖାନ ଏବଂ ସମ୍ମାନିତ ଅତିଥୀ ବଡମାଲିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ମୃତ୍ୟୁଂଜୟ ପାଣିଗ୍ରାହୀ ମଂଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଶାନ୍ତ ମେହେର, ରୁଦ୍ରମଣି ମେହେର, ଯୁଗଳ ପୁଟେଲ, ଘନଶ୍ୟାମ ଶବର, ବେଣୁପାଣି କୁମ୍ଭାର, ସଞ୍ଜୟ ପାଣିଗ୍ରାହୀ, ସନ୍ତୋଷ ଛତ୍ରିଆ, ଅଧ୍ୟାପିକା ଶ୍ରାବଣୀ ବାରିକ ସହଯୋଗ କରିଥିଲେ । ବିଭିନ୍ନ ଦିନର ଖେଳ ପ୍ରତିଯୋଗିତାକୁ ପି.ଇ.ଟି ଥବିର କୁମାର ସାହୁ, କୃଷ୍ଣଚନ୍ଦ୍ର ବାରିକ କ୍ଷିରଚନ ନାୟକ ପରିଚାଳନା କରିଥିବା ବେଳେ ନୋଡାଲ ଅଫିସର ମାନସ କୁମାର ନାଗ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.