ଲୁଟ୍‌ ହୋଇଥିବା ମୋବାଇଲ ଓ ଟଙ୍କା ଜବତ୍‌ କରି ଅଭିଯୋଗକରୀଙ୍କୁ ଫେରାଇଲା ପୋଲିସ

ତୁରେକେଲା, (କେପିଏନ୍‌ଏସ୍‌) : ଲୁଟ୍‌ ହୋଇଥିବା ମୋବାଇଲ ଓ ଟଙ୍କା ଜବତ୍‌ କରି ଅଭିଯୋଗକରୀଙ୍କୁ ତୁରେକେଲା ପୋଲିସ ଫେରସ୍ତ କରିଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ତୁରେକେଲା ଥାନା ବଡଡକଲା ଗ୍ରାମର ତୁଳାରାମ ମାଝି ଗତ ୨୩ ତାରିଖ ଦିନ ସମୟ ପ୍ରାୟ ଅପରାହ୍ନ ୨ ଟା ବେଳେ ଲାଠୋରରୁ ଘରକୁ ଫେରୁଥିବା ସମୟରେ ଭାଲୁକୁନା ଗାଁ ଆମ୍ବ ବଗିଚା ପାଖରେ ୨ ଜଣ ଅଜଣା ବ୍ୟକ୍ତି ମୁହଁରେ ମୁଖା ପିନ୍ଧିଥିବା ଅବସ୍ଥାରେ ତାଙ୍କୁ ଅଟକାଇ ପିଟାମରା କରି ତାଙ୍କଠାରୁ ଗୋଟିଏ ରିଏଲ୍‌ମି ମୋବାଇଲ ଓ ୨୦୦୦ ଟଙ୍କା ଛଡେଇ ନେଇଥିଲେ । ଏ ସଂପର୍କରେ ସେ ତୁରେକେଲା ଥାନାରେ ଅଭିଯୋଗ କରିଥିଲେ । ଇନ୍ସପେକ୍ଟର ଧର୍ମେନ୍ଦ୍ର କୁମାର ଶାନ୍ତି ତଦନ୍ତ କରି ଅପରାଧରେ ସାମିଲ ଥିବା ଗୋଇନ୍ଦିମାଲର ଭରତ ରାଉତ(୨୦)କୁ ଗିରଫ କରି ତା’ ଠାରୁ ଲୁଟ୍‌ ହୋଇଥିବା ମୋବାଇଲ ଓ ୨୦୦୦ ଟଙ୍କା ଓ ଲୁଟରେ ସାମିଲ ଥିବା ମଟର ସାଇକଲକୁ ଜବତ କରିଥିଲେ । ଗିରଫ ଭରତକୁ ମାନ୍ୟବର ଅଦାଲତଙ୍କ ସମୁଖରେ ହାଜର କରାଯାଇଥିଲା । ମାନ୍ୟବର ଅଦାଲତ ଅଭିଯୁକ୍ତର ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠେଇଦେଇ ଥିଲେ । ଆଜି ଜବତ ମୋବାଇଲ ଓ ଟଙ୍କା ଅଭିଯୋଗକରୀଙ୍କୁ ଫେରସ୍ତ କରାଯାଇଥିବା ତୁରେକେଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two × one =

error: Content is protected !!