ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ : ଅଳ୍ପେକେ ବର୍ତ୍ତିଲେ ଚାଳକ

ବୌଦ୍ଧ, (ବଂଶୀଧର ମାଝୀ): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ମାର୍ଦିଙ୍ଗ୍ ନିକଟରେ ଆଜି ମଧ୍ୟାହ୍ନରେ ଏକ ମେସିନ୍ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ ଖଡଗପୁରରୁ ପୁନେ ଅଭିମୁଖେ ଓଡି ୦୫ କ୍ୟୁ ୭୭୪୧ ନମ୍ବର ଗାଡିଟି ଇଟା ତିଆରି ମେସିନ୍ ବୋଝେଇ କରି ଯାଉଥିବା ସମୟରେ ପୁରୁଣାକଟକ ଥାନା ମାର୍ଦିଙ୍ଗ୍ ରାସ୍ତାର ଏକ ଟର୍‌ନିଂ ପଏଣ୍ଟରେ ଆଗପଟୁ ଏକ କାର୍ ହଠାତ୍ ଆଗକୁ ଆସିଯିବାରୁ ଟ୍ରକ୍ ଚାଳକ କାର୍‌କୁ ବଞ୍ଚାଇବାକୁ ଯାଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା ବୋଲି ଜଣାପଡିଛି । ଅଳ୍ପେକେ ଉଭୟ ଗାଡିର ଯାତ୍ରୀ ବଞ୍ଚି ଯାଇଥିବା ବେଳେ ପୁରୁଣାକଟକ ପୋଲିସ୍ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଉକ୍ତ ସ୍ଥାନଟି ସିଧା ରାସ୍ତା ଥିବାବେଳେ ପରେ ଏକ ଟ୍ରନିଂ ପଏଣ୍ଟ ରହୁଛି ଯେକୌଣସି ଯାନ ବାହାନ ଦ୍ରୃତ ଗତିରେ ଆସି ହଠାତ୍ ଟ୍ରନିଂ ପଏଣ୍ଟ ରହୁଥିବାରୁ ପୁର୍ବରୁ ବହୁ ଯାନ ବାହାନ ବି ଓଲଟି ପଡିଥିବା ଦେଖିବାକୁ ମିଳିଛି । ତେଣୁ ଟ୍ରନିଂ ପଏଣ୍ଟ ପୁର୍ବରୁ ଏକ ହମ୍ପସ୍ ନିର୍ମିାଣ ପାଇଁଁ ସାଧାରଣରେ ଦାବିହେଉଛି ।

Leave A Reply

Your email address will not be published.