ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟରୁ ମିଳିଲା ଜମାନତ୍‌ : କିନ୍ତୁ ଏବେ ଜେଲ୍‌ରେ ହିଁ ରହିବେ

ରାଂଚି : ବିହାର ବିଧାନସଭାର ଠିକ୍‌ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ଜମାନତ୍‌ ମିଳିଯାଇଛି । ତେବେ ଲାଲୁ ଯାଦବଙ୍କୁ ଏହି ଜମାନତ୍‌ ଚାଇବାସା ଟ୍ରେଜେରୀ ମାମଲାରେ ମିଳିଥିବା ବେଳେ ଏହି ମାମଲାରେ ଲାଲୁଙ୍କୁ ସିବିଆଇ କୋର୍ଟ ୫ ବର୍ଷର ଦଣ୍ଡ ଶୁଣାଇଥିଲେ । କିନ୍ତୁ ଜମାନତ୍‌ ମିଳିବା ପରେ ବି ଲାଲୁ ଯାଦବଙ୍କୁ ଏବେ ଜେଲ୍‌ରେ ହିଁ ରହିବାକୁ ପଡ଼ିବ, କାରଣ ଅନ୍ୟ ମାମଲାରେ ମଧ୍ୟ ସେ ଦଣ୍ଡିତ ହୋଇଛନ୍ତି । ଯେଉଁ ମାମଲାରେ ତାଙ୍କୁ ଜମାନତ୍‌ ମିଳିଛି, ତାହା ଚାରା ଘୋଟାଲା କେସ୍‌ରେ ଚାଇବାସା କୋଷାଗାରରୁ ୩୩ କୋଟି ୬୭ ଲକ୍ଷ ଟଙ୍କା ହେର୍‌ଫେର୍‌ ମାମଲା । ଏହି ମାମଲା ୧୯୯୨-୯୩ ସମୟର । ଏହି ସମୟରେ ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିଲେ । ତେବେ ସିବିଆଇର ବିଶିଷ୍ଟ ଜଜ୍‌ ସ୍ୱର୍ଣ୍ଣ ଶଙ୍କର ପ୍ରସାଦଙ୍କ ଅଦାଲତ ୨୪ ଜାନୁଆରୀ ୨୦୧୮ରେ ଲାଲୁଙ୍କୁ ଦଣ୍ଡ ଶୁଣାଣି କରିଥିଲେ ।

Leave A Reply

Your email address will not be published.