ମା’ ଭୈରବୀଙ୍କ ଦାନ ବାକ୍ସରୁ ଚୋରୀ ଉଦ୍ୟମ ବେଳେ ଧରାପଡିଲା ଚୋର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକର ପ୍ରତିଷ୍ଠିତ ଶ୍ରୀ ଶ୍ରୀ ମା’ ଭୈରବୀ ଦେବୀଙ୍କ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଚୋରୀ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦେବୀଙ୍କ ପୀଠରେ ଶାରଦୀୟ ଷୋହଳ ପୁଜା ଚାଲିଛି । ଏ ଅବସରରେ ପୁରୁଣାକଟକ ପଞ୍ଚାୟତ ସାଲକଟା ଗ୍ରାମର ଜଣେ ଯୁବକ ରାତି ସମୟରେ ମନ୍ଦିର ପରିସରକୁ ଆସି ଦାନ ବାକ୍ସ ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ତାକୁ ସେଠାରେ ଥିବା ଭକ୍ତମାନେ ଦେଖିବାକୁ ପାଇଥିଲେ । ଯୁବକ ଜଣକ ଦଉଡି ପଲାଇବାକୁ ଚେଷ୍ଟା କରିଥିବା ସତ୍ବେ ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ । କମିଟି ତରଫରୁ ପୁରୁଣାକଟକ ଥାନା ପୋଲିସକୁ ଖବର୍ ଦିଆଯାଇଥିଲା । ପୋଲିସ୍ ଯୁବକଙ୍କୁ ନେଇ ଥାନାରେ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.