pakka

ସାଇକେଲ ଚାଳକଙ୍କ ଉପରେ ଚଢ଼ିଗଲା ଟ୍ରକ୍ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ

bbehera

ପାଲଲହଡ଼ା : ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆଜି ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ ବ୍ୟକ୍ତି ସାଇକେଲ ଯୋଗେ କାଇଁସିରିପାଲିଠାରେ ଥିବା ନିଜ ଦୋକାନକୁ ଆସୁଥିଲେ । ଏହି ସମୟରେ ୪୯ ଏବଂ ୧୪୯ ନଂ ଜାତୀୟ ରାଜପଥକୁ ସଂଯୋଗ କରିଥିବା ଛକଠାରେ ତାଳଚେର ଦେଇ କେନ୍ଦୁଝର ଯାଉଥିବା ଏକ ଟ୍ରକ୍ ବ୍ୟକ୍ତି ଜଣଙ୍କୁ ପଛପଟୁ ଧକ୍କା ଦେଇ ବ୍ୟକ୍ତିଙ୍କ ଉପରେ ଚଢ଼ିଯାଇଥିଲା । ବ୍ୟକ୍ତିଙ୍କ ସାଇକେଲଟିକୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପରେ ପାଲଲହଡ଼ା ପୋଲିସ୍ ଗାଡ଼ିଟିକୁ ପିଛା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିବା ସହିତ ଚାପା ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

sixteen − nine =