jayashree

ରାଉରକେଲା ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ତ୍ରିଦିବସୀୟ ବିଜନେସ୍ କନକ୍ଲେଭ ୨୦୨୪

  • ଉଦ୍‌ଘାଟନୀ ସମାରୋହରେ ଓଡିଶାର ଦୁଇ ମନ୍ତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ବିଜନେସ୍ କନକ୍ଲେଭ ୨୦୨୪, ରାଉରକେଲା ବିମାନ ବନ୍ଦର ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଏହି ବିଜନେସ୍ କନକ୍ଲେଭକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ସମ୍ମାନିତ ଅତିଥି ତଥା ରାଜ୍ୟ ମତ୍ସ୍ୟ, ପଶୁ ସମ୍ପଦ ବିକାଶ ଓ ଏମ୍ଏସ୍ଏମ୍ଇ ଏଣ୍ଟରପ୍ରାଇଜେସ୍ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏଥି ସହିତ ସମ୍ମାନିତ ଅତିଥି ଭାବେ ଡାଲମିଆଁ ଭାରତ ସିମେଣ୍ଟ ଲିମିଟେଡର ଏକଜିକ୍ୟୁଟିଭ ଡାଇରେକ୍ଟର ଚେତନ ଶ୍ରୀବାସ୍ତବ, ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ପ୍ରଭାତ ଟେବ୍ରିୱାଲ, ସାଧାରଣ ସମ୍ପାଦକ ଶୁଭମ କାପୁର, ଅର୍ଥ ସମ୍ପାଦକ ମନୀଷ ଗଡୋଡିଆଙ୍କ ସମେତ ଚ୍ୟାମ୍ବରର ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜନେସ୍ କନକ୍ଲେଭ ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ସହ ଅତିଥିମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଡାଲମିଆଁ ଭାରତ ସିମେଣ୍ଟ ଲିମିଟେଡର ଏକଜିକ୍ୟୁଟିଭ ଡାଇରେକ୍ଟର ଚେତନ ଶ୍ରୀବାତ୍ସବଙ୍କୁ ସୁନ୍ଦରଗଡ ଗ୍ରାମାଞ୍ଚଳର ବିକାଶ ପାଇଁ ସବୁଜ ମାନପତ୍ର ସହ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ପ୍ରଭାତ ଟେବ୍ରିୱାଲଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଯିବା ପରେ ସମ୍ମାନିତ ଅତିଥି ତଥା ରାଜ୍ୟ ମତ୍ସ୍ୟ, ପଶୁ ସମ୍ପଦ ବିକାଶ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିଜ ବକ୍ତବ୍ୟରେ ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଏଭଳି ବିଜନେସ୍ କନକ୍ଲେଭକୁ ପ୍ରଶଂସା କରିବା ସହିତ ୨୦୪୭ ସୁଦ୍ଧା ଦେଶକୁ ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ରାଜ୍ୟକୁ ବିକଶିତ ଓଡିଶା କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ପାଇଁ ୩୧୪ଟି ଜମି ବ୍ୟାଙ୍କ୍ ସୃଷ୍ଟି ବିଷୟରେ ସୂଚନା ଦେବା ସହ ୪୮୦ କିଲୋମିଟର ସମୁଦ୍ର ବେଳାଭୂମିର ଉପଯୋଗ କରି ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେବା ସହିତ ଦୁଗ୍ଧ ମିଶନ୍ ତିଆରି କରି ଗ୍ରାମାଞ୍ଚଳର ଅର୍ଥନୈତିକ ପ୍ରଗତି କରାଇବା ଏବଂ ଏମ୍ଏସ୍ଏମ୍ଇ ଦ୍ୱାରା ରୁଗ୍‌ଣ ଶିଳ୍ପକୁ ଉନ୍ନତି କରାଇବା ପାଇଁ ଆହ୍ୱାନ ଦେଇଥିଲେ । ବିଜନେସ୍ କନକ୍ଲେଭ ୨୦୨୪ର ମୁଖ୍ୟ ଅତିଥି ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଆର୍‌ସିସିଆଇ ପକ୍ଷରୁ ଏହି ବିଜନେସ୍ କନକ୍ଲେଭକୁ ପ୍ରଶଂସା କରିବା ସହିତ ଓଡିଶାରେ ଶିଳ୍ପ ଭିତ୍ତିଭୂମି ଥିବା ଯୋଗୁଁ ଶିଳ୍ପପତିମାନେ ମନ ବଳାଉଛନ୍ତି ବୋଲି ବକ୍ତବ୍ୟ ରଖିବା ସହ ଶିଳ୍ପ କ୍ଷେତ୍ରରେ ରାଉରକେଲା ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ବୋଲି କହିଥିଲେ । ସମଗ୍ର ଦେଶରେ ଓଡିଶାର ୨.୮୨ ପ୍ରତିଶତ ଜିଡିପି ଯୋଗଦାନ ରହିଥିବା ବିଷୟରେ ପ୍ରଶଂସା କରିଥିଲେ । ଓଡିଶାରେ ପାରାଦ୍ୱୀପ, ଧାମରା ଓ ଗୋପାଳପୁର ବନ୍ଦର ରହିଛି ଏବଂ ୧୪ଟି ଏମ୍ଏସ୍ଏମ୍ଇ ପାର୍କ ରହିଛି । ଆଗକୁ ଆଉ ୧୧ଟି ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା ହେବା ବିଷୟରେ ସୂଚନା ଦେବା ସହ ୪ଟି ଲଜିଷ୍ଟିକ୍ ପାର୍କ ପ୍ରତିଷ୍ଠା ହେବା ବିଷୟରେ ପ୍ରକାଶ କରିଥିଲେ । ଆଗାମୀ ୩ ବର୍ଷରେ ୧୨ଶହ ଏଣ୍ଟରପ୍ରେନିୟୁର୍ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବିଷୟ ସୂଚନା ଦେଇଥିଲେ । ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆହ୍ୱାନ ଦେଇଥିଲେ । ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସାଧାରଣ ସମ୍ପାଦକ ଶୁଭମ୍ କପୁର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.