jsm

କଟକଣାକୁ ନମାନି ପ୍ରବେଶ କରିଥିବା ଟ୍ରଲର ଜବତ କଲା ବନବିଭାଗ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ନିକଟରେ ଥିବା ଋଷିକୁଲ୍ୟା ମୁହାଁଣରେ ପାରାଦୀପରୁ ଆସିଥିବା ଟ୍ରଲର ଫରେଷ୍ଟ ଡ଼ିପାର୍ଟମେଣ୍ଟର କଟକଣା ନମାନି ମାଛ ମାରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଟ୍ରଲରକୁ ଜବତ କରାଯାଇଛି । ସେଥିରେ ମାଛ ମାରୁଥିବା ୬ଜଣ ମତ୍ସ୍ୟଜୀବୀ ରମାକାନ୍ତ ସ୍ୱାଇଁ, ଭୁଦେବ ମଣ୍ଡଳ, ଶରତ ମଲ୍ଲିକ, କମଳକାନ୍ତ ମଲ୍ଲିକ, ନିମାଇଁ ଚରଣ ରାଉତ, ୟସବନ୍ତ ପ୍ରଧାନ ପ୍ରମୁଖଙ୍କୁ ମତ୍ସ୍ୟ ବିଭାଗକୁ ହସ୍ଥାନ୍ତର କରାଯାଇଛି । ୩ଟି ଚିଙ୍ଗୁଡ଼ି ଜାଲ ଓ ୭ଟି ବିରାଟକାୟ ଜାଲ ଏପରିକି ମୋଟ ୧୦ ଗୋଟି ଜାଲକୁ ଜବତ କରାଯାଇଛି । ମତ୍ସ୍ୟ ବିଭାଗିୟ ଅଧିକାରୀଙ୍କ ଉପସ୍ଥିତିରେ ଟ୍ରଲରରେ ରହିଥିବା ୪୬୫ କିଲୋ ମାଛକୁ ଅପ୍ସନ କରାଯାଇ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ପ୍ରଦାନ କରାଯାଇଛି । ଚଢ଼ାଉ ବେଳେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ଫରେଷ୍ଟର ରତ୍ନା କୁମାର ବେହେରା, ଫରେଷ୍ଟଗାର୍ଡ ଶିବ ଚରଣ ଟୁଡୁ ପ୍ରମୁଖଙ୍କ ସମେତ ବନ ବିଭାଗ ପେଟ୍ରୋଲିଙ୍ଗ ସ୍କ୍ୱାର୍ଡ ଓ ଏପିଆର ପୋଲିସ ସାମିଲ ଥିଲେ । ସୂଚନାଯୋଗ୍ୟ ଯେ, ନଭେମ୍ବର ମାସରୁ ସାମୁଦ୍ରିକ ଅଲିଭ ରିଡଲେଙ୍କ
ମୁହାଁଣର ଗଭୀର ସମୁଦ୍ରର ନୀଳ ଜଳ ରାଶି ମଧ୍ୟରେ ଲକ୍ଷାଧିକ ସଂଖ୍ୟାରେ ସମାଗମ ହୋଇଥାନ୍ତି । ଯାହାକୁ ନେଇ ନଭେମ୍ବର ପହିଲାରୁ ଋଷିକୁଲ୍ୟା ମୁହାଁଣରୁ ଉତ୍ତରରେ ପ୍ରୟାଗି ଦକ୍ଷିଣରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ ୧୦ କିଲୋମିଟର ଏବଂ ସମୁଦ୍ରରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡ଼ଙ୍ଗା କିମ୍ବା ଟ୍ରଲରରେ ମାଛ ମାରିବା ନେଇ ଫରେଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ କଟକଣା ଜାରି କରାଯାଇଛି ।

yuvodaya
Leave A Reply

Your email address will not be published.