pakka

ଅସାବଧାନତା ଯୋଗୁଁ ଟ୍ରେନ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : କାଂଶବାହାଲ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମୃତକ ଜଣକ ଜଣେ ରେଳ କର୍ମଚାରୀ ଅଟନ୍ତି । ତାଙ୍କ ନାମ କଳିକା ପ୍ରସାଦ ବୋଲି ଜଣାପଡିଛି । ବନ୍ଧମୁଣ୍ଡା ରେଳ ଇଲେକ୍ଟ୍ରି ବିଭାଗର କର୍ମଚାରୀ ଭାବେ ସେ କାମ କରୁଥିଲେ । ମୋବାଇଲରେ କଥା ହୋଇ ରେଳ ଲାଇନ ଉପରେ ଯାଉଥିବା ବେଳେ ମାଲ ବୋଝେଇ ଟ୍ରେନ ପଛପଟୁ ଆସୁଥିବା ସେ ଜାଣିପାରି ନଥିଲେ । ଫଳରେ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

seventeen + 14 =