pakka

ପୂର୍ଣ୍ଣାନନ୍ଦଦେବଙ୍କ ବାର୍ଷିକ ଦାଣ୍ଡମେଳା ଉଦ୍‌ଯାପିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡା ଦଳିତ ବସ୍ତିରେ ଆଜି ପୂର୍ଣ୍ଣାନନ୍ଦଦେବଙ୍କ ୪୨ତମ ବାର୍ଷିକ ଦାଣ୍ଡମେଳା ଉଦ୍‌ଯାପିତ ହୋଇଯାଇଛି । କଅଁଳପଡା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଧର୍ମାନୁଷ୍ଠାନ କାର୍ଯ୍ୟରେ ମା’ ଦୁର୍ଗାଣି ଭଜନ ମଣ୍ଡଳୀ, ଖେଲଉର ଏବଂ ଜଗନ୍ନାଥ ମହାବୀର ଭଜନ ମଣ୍ଡଳୀ, ନୂଆହାଟ ଦଳର ଗାୟକ କାର୍ତ୍ତିକ ବେହେରା ଓ ତ୍ରିନାଥ ବେହେରା ତାଙ୍କ ସହଯୋଗୀଙ୍କ ସହ ଯୋଗଦେଇ ପୂର୍ଣ୍ଣାନନ୍ଦଦେବଙ୍କ ଉଦ୍ଦେଶ୍ୟରେ ଭଜନ ପରିବେଷଣ କରିଥିଲେ । ବୁଧବାର ଦିନ ମେଳା ଉତ୍ସବର ଶୁଭାରମ୍ଭ ହୋଇଥିଲା । ଗ୍ରାମର ବିଶ୍ଵଜିତ ବେହେରା, ପ୍ରଭାତ ବେହେରା, ସୁଜନ ବେହେରା, ସନ୍ତୋଷ ବେହେରା ଓ ତ୍ରିନାଥ ବେହେରା ପ୍ରମୁଖ ୫ଜଣ ବ୍ରତୀ ପଦନପଡା ପୁଷ୍କରିଣୀରୁ କଳସ ଭର୍ତ୍ତି ଜଳ ଆଣି ଗ୍ରାମ ପରିକ୍ରମା କରିବା ପରେ ଠାକୁରଙ୍କ ପୀଠରେ କଳସ ସ୍ଥାପନ କରିଥିଲେ । ଆଜି ଅପରାହ୍ନରେ ଠାକୁରଙ୍କ ଯମୁନା ଗାଧୁଆ ପର୍ବ ସମ୍ପନ୍ନ ହେବା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଏହି ଧର୍ମାନୁଷ୍ଠାନରେ ଉପସ୍ଥିତ ହୋଇ ପ୍ରଭୁଙ୍କ କୃପାଲାଭ କରିଥିଲେ । ଗ୍ରାମର ବିରେନ୍ଦ୍ର ବେହେରା, ଚନ୍ଦ୍ରମଣି ବେହେରା, ଦିବାକର ବେହେରା ଓ ସୁଦର୍ଶନ ବେହେରାଙ୍କ ସମେତ ପ୍ରଭାକର, ନରେଶ, ଅଭିମନ୍ୟୁ, ଶିବ, ରାମଚନ୍ଦ୍ର, କାର୍ତ୍ତିକ, ନିତ୍ୟାନନ୍ଦ, ଗନ୍ଧର୍ବ, ସୁମନ୍ତ, ଦିଲ୍ଳୀପ, ଚନ୍ଦନ, ଯୋଗେନ୍ଦ୍ର, ରମାକାନ୍ତ, ଅଜୟ, କାଳୁଚରଣ ପ୍ରମୁଖ ମେଳା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

twenty − five =