ଏନ୍‌ଡ଼ିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ଟ୍ରେନ ବ୍ୟବସ୍ଥା

ସମ୍ବଲପୁର, (ଦାମୋଦର ପଣ୍ଡା) : ଆସନ୍ତା ୬ ତାରିଖ ରବିବାର ଦିନ ସମ୍ବଲପୁରରେ ଏନ୍‌ଡ଼ିଏ ଓ ନାଭାଲ ଏକାଡେମୀର ପ୍ରବେଶ ପରୀକ୍ଷା ହେବ । ଏଥି ଉପଲକ୍ଷେ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । କଣ୍ଟାବାଞ୍ଜି ସମ୍ବଲପୁର ସ୍ଵତନ୍ତ୍ର ଟ୍ରେନ ୫ ତାରିଖ ଅପରାହ୍ନ ୫ରେ ଛାଡ଼ି ରାତି ୯.୧୫ରେ ସମ୍ବଲପୁର ପହଂଚିବ । ୬ ତାରିଖ ପରୀକ୍ଷା ଶେଷ ହେବା ପରେ ୬.୩୦ରେ ସମ୍ବଲପୁର ଛାଡ଼ିବ । ଉଭୟ ଟ୍ରେନ ବରଗଡ଼ ରୋଡ଼, ବରପାଲି, ଲୋଇସିଂହା, ସଇଁତଳା, ବଡ଼ମାଳ, ଟିଟିଲାଗଡ଼ ଷ୍ଟେସନରେ ରହିବ ବୋଲି ରେଳବାଇ ସୂତ୍ରରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.