ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନରେ ଆକାଶ ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନରେ ଟପ୍ପର୍‌ ହୋଇଛନ୍ତି ଆକାଶ ବିଶ୍ୱାଳ । ଆକାଶ ୯.୧୧ ସିଜିପିଏ ରଖି ଏହି ସଫଳତା ହାସଲ କରିଥିବା ବେଳେ ତାଙ୍କ ପରିବାର ବର୍ଗ ତଥା ବନ୍ଧୁବର୍ଗରେ ଖୁସିର ଲହରି ଖେଳିଯାଇଛି । ଆକାଶ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକର ନୂଆପାଲି ଗାଁର ରାତ୍ର ବିଶ୍ୱାଳ ଏବଂ ପୁଷ୍ପାଞ୍ଜଳି ବିଶ୍ୱାଳଙ୍କ ସନ୍ତାନ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ମଧ୍ୟ ସେ ସ୍ନାତକୋତ୍ତର କରି ସାରିଛନ୍ତି । ତେବେ ଆଗାମୀ ସମୟରେ ଜଣେ ଆଦର୍ଶ ଅଧ୍ୟାପକ ହେବା ସହ ସଂଗୀତ ସାଧନା ବି ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.