csstore

ସରକାରୀ ଅବହେଳା କାରଣରୁ ୨୫ଜଣ ଚାଷୀଙ୍କ ଟୋକନ ଲେପ୍ସ ଅଭିଯୋଗ : ଚାଷୀ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଧରା ସେବା ସମବାୟ ସମିତି ଅନ୍ତର୍ଗତ କୁମୀର ଧାନ ମଣ୍ତିରେ ରାଜ୍ୟ ସରକାରଙ୍କଠାରୁ ଟୋକନ ପାଇଁ ମଣ୍ତିରେ ଧାନ ପକାଇଥିବା ୨୫ ଜଣ ଚାଷୀଙ୍କ ଟୋକନ ଲେପ୍ସ ହୋଇଯିବା ପରେ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଲଉଡିଧରା ସମିତି ଅନ୍ତର୍ଗତ ଲେରଗାଁ, କୁମୀର ଆଦି ଗ୍ରାମର ୨୫ ଜଣ ଚାଷୀ ସର୍ବଶ୍ରୀ ଉପେନ ସାହୁ, ସୁନା କୁମାର ସାହୁ, ବିଷୟା ସାହୁ, ସୀତାକାନ୍ତ ସାହୁ, ତୀର୍ଗତ ସାହୁ, ବନମାଳୀ ଥପା ଆଦି ରାଜ୍ୟ ସରକାରଙ୍କ ଠାରୁ ଗତ ଡିସେମ୍ବର ମାସ ୫ ତାରିଖ ଦିନରେ ଟୋକନ ପାଇବା ପରେ କୁମୀର ମଣ୍ତିରେ ଧାନ ପକାଇଥିଲେ । ସୋସାଇଟି ଅଧିକାରୀଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁଁ ଏହି ୨୫ ଜଣ ଚାଷୀଙ୍କ ଟୋକନ ଜାନୁଆରୀ ୩ ତାରିଖ ଦିନ ଲେପ୍ସ ହୋଇଗଲା ବୋଲି ସୂଚନା ଆସିଲା । ଚାଷୀମାନେ ହୋ ହଲ୍ଲା କଲା ପରେ ମଣ୍ତିରୁ ଧାନ ଉଠାଇ ୧୨ ଶହ ଟଙ୍କାରେ ମଧ୍ୟସ୍ଥିମାନଙ୍କୁ ଧାନ ବିକ୍ରି କରିଥିବାର ସୂଚନା ମିଳିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ବରଗଡ ଚିଫ୍‌ ସିଏସ୍‌ଓ ଙ୍କୁ ଅଭିଯୋଗ କରିବା ସହ ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ତାଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି । ବରଗଡ ସିଏସ୍‌ଓ ଏ ଘଟଣା ତଦନ୍ତ ହେବ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.