om academy

ସେଲ୍‌ଫି ଜୋନ୍‌ରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ମାମଲା : ଜିଲାପାଳଙ୍କ ଠାରେ ପ୍ରଶାସନିକ ତଦନ୍ତ ଦାବୀ କଲେ ୩ ଜଣିଆ କମିଟି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଭାଗୀରଥି ଛକ ସ୍ଥିତ ଆଇ ଲଭ୍‌ ବଲାଙ୍ଗିର ସେଲ୍‌ଫି ଜୋନ୍‌ରେ ହୋଇଥିବା ଦୁର୍ନୀତିର ପ୍ରଶାସନିକ ତଦନ୍ତ ଦାବୀରେ ଏକ ତିନି ଜଣିଆ କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିରେ ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ, ସୂଚନା ଅଧିକାର କର୍ମୀ ଶମ୍ଭୁ ପ୍ରସାଦ ଶତପଥୀ, କରଙ୍ଗା କଟା ବଞ୍ଚାଅ ଅଭିଯାନର ଆବାହକ ପ୍ରଶାନ୍ତ ମହାକୁର ଜିଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ତିନି ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ ।
ଜିଲାପାଳ ନିଜେ ପୌରପାଳିକାର ପ୍ରଶାସକ ଥିବା ବେଳେ ପୌର ଅଇନ ଉଲଂଘନ ଜନିତ ଅଭିଯୋଗର ତଦନ୍ତ ପାଇଁ ତାଙ୍କୁ ନିବେଦନ କରିଥିଲା କମିଟି । ପ୍ରମୁଖ ଦାବୀ ମଧ୍ୟରେ ଏହାର ପ୍ରଶାସନିକ ତଦନ୍ତ କରାଯିବା ସହ ଦୋଷୀକୁ ଦଣ୍ଡ ଦିଆଯାଉ । ବିନା ଟେଣ୍ଡରରେ ଏହି କାର୍ଯ୍ୟ କିଭଳି କରାଗଲା ଜନସାଧାରଣରେ ପ୍ରକାଶ କରାଯାଉ । ସେଲ୍‌ଫି ଜୋନ ଆରମ୍ଭ ହେବାର ମାତ୍ର ଦୁଇ ମାସ ପରେ ଏଲଇଡି ଡିସ୍‌ପ୍ଲେ ବୋର୍ଡ ଅକାମୀ ହୋଇଗଲା । ଏତେ ଟଙ୍କା ଖର୍ଚ୍ଚ କରା ଯାଇଥିଲେ ହେଁ କେଉଁ ପରିସ୍ଥିତିରେ ଓ କିଏ ଏଭଳି ନିମ୍ନମାନର ବୋର୍ଡ ଲଗାଇ ଅର୍ଥ ଆତ୍ମସାତ କଲା ତାର ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ । ନିର୍ବାଚିତ ପୌର ପରିଷଦ ଭାଙ୍ଗିବା ପରେ ଅନ୍ୟ ବହୁତ କାର୍ଯ୍ୟକୁ ବିନା ଟେଣ୍ଡରରେ କରାଯାଇଛି, ସେଲ୍‌ଫି ଜୋନ କାର୍ଯ୍ୟାଦେଶରୁ ଜଣାପଡୁଛି । ଏହାର ତଦନ୍ତ ଦାବୀ କରିଛି କମିଟି । ଏହି ଭଳି ବେଆଇନ କାର୍ଯ୍ୟ ଆହୁରି ଅନେକ ରହିଥିବା ବେଳେ ତାକୁ ରୋକିବାକୁ ପୌର ପ୍ରଶାସକଙ୍କ ଠାରେ ଦାବୀ କରିଛି କମିଟି ।
ତେବେ ଏଠି ସୂଚନା ଥାଉ କି, ଗତ ଦୁଇ ସପ୍ତାହ ପୂର୍ବେ ପୌର ଅଇନ-୧୯୫୩ର ପାରା ନମ୍ବର ୩୩୭ ଓ ୩୩୮ର ଉଲଂଘନ ଓ ସେଲ୍‌ଫି ଜୋନରେ ହୋଇଥିବା ଦୁର୍ନୀତିକୁ ନେଇ ସ୍ଥାନୀୟ ଗାନ୍ଧୀ ଭବନ ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତ୍ତୀି ତଳେ ଶ୍ରୀ ମହାକୁର ଓ ଶ୍ରୀ ଶତପଥୀ ଧାରଣା ଦେଇଥିଲେ । କେବଳ ବନ୍ୟା, ବାତ୍ୟା, ଘରପୋଡି ଇତ୍ୟାଦି ସ୍ଥଳରେ ଜରୁରୀକାଳୀନ ଭାବେ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ଦିଅଯାଇ ପାରିବ ବୋଲି ବ୍ୟବସ୍ଥା ରହିଥିବା ସ୍ଥଳେ ଅନେକ କାର୍ଯ୍ୟରେ ଆଇନକୁ ଠକି ଦେବା ପାଇଁ ବିଭିନ୍ନ ଠିକା କାର୍ଯ୍ୟକୁ ଭାଗ ଭାଗ କରାଯାଇ ପର୍ଯ୍ୟାୟ କ୍ରମେ ସମ୍ପନ୍ନ କରାଯାଇଛି । ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ ହେଉଛି ।

Leave A Reply

Your email address will not be published.