ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନ୍‌ଲାଇନ୍‌ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସାକ୍ଷରତା ସଂଘର ସଦସ୍ୟମାନଙ୍କ ମଧ୍ୟରେ ଆଇନ ସଚେତନତା ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୨୫ ଟି ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଦେବାଶିଷ ରାଉତ ଭାରପ୍ରାପ୍ତ ଜିଲ୍ଲା ଜଜ୍‌ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ବରିଷ୍ଠ ସିଭିଲ ଜଜ୍‌ ଅଭିଳାଶ ସେନାପତି, ଜେ.ଏମ.ଏଫ.ସି ଅଭିନାଶ ନନ୍ଦ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରମୋଦ ଚନ୍ଦ୍ର ଦୋରା ଯୋଗ ଦେଇଥିଲେ । ପ୍ରବନ୍ଧ ପ୍ରତିଯୋଗିତା ବିଷୟ ‘କୋଭିଡ-୧୯ ସମୟରେ ସାମାଜିକ ଦୂରତା ଓ ସ୍ୱଚ୍ଛତା’ ରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗଙ୍ଗାସାଗରର ଛାତ୍ରୀ ଶାଳିନୀ ମେହେର ପ୍ରଥମ, ଓଏଭି ଝାରମୁଣ୍ଡାର ଛାତ୍ରୀ ଦେବସ୍ମିତା ପଧାନ ଓ ଓଏଭି ପଥରଚେପାର ଛାତ୍ର ଭବେଶ କୁମାର ଦାଶ ଯୁଗ୍ମ ଭାବେ ଦ୍ୱିତୀୟ, ଛତାପିପଲ ହାଇସ୍କୁଲର ଛାତ୍ରୀ ସ୍ମୃତିଲତା ମହାକୁର ତୃତୀୟ, ଚିତ୍ରାଙ୍କନ ବିଷୟ ‘ଶିକ୍ଷା ଅଧିକାର’ରେ ବୁବେଲ ହାଇସ୍କୁଲର ଛାତ୍ର ରାକେଶ ସାଏ ପ୍ରଥମ, ଓଏଭି ଖପ୍ରାଖୋଲର ଛାତ୍ରୀ ଝରଣା ବରିହା ଦ୍ୱିତୀୟ, ସିନଖମନ ହାଇସ୍କୁଲର ଛାତ୍ରୀ ମମତା ନାଏକ ତୃତୀୟ । ସୂଚନା ଯୋଗ୍ୟ ଯେ, କ୍ଷୁଦ୍ର ନାଟକ ପ୍ରତିଯୋଗିତା ବିଷୟ ‘ପରିବେଶ ପ୍ରଦୂଷଣ’ ରେ କୌଣସି ପ୍ରତିଯୋଗୀ କୃତ କାର୍ଯ୍ୟ ହୋଇ ନଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ସମ୍ବଲପୁର ଠାରେ ହେବାକୁ ଥିବା ମଣ୍ଡଳସ୍ତରୀୟ ପ୍ରତିଯୋଗିତାରେ ଅନଲାଇନ ମାଧ୍ୟମରେ ଅଂଶ ଗ୍ରହଣ କରିବେ । ଲଳାଟେନ୍ଦୁ ଜେନା ଜଜ ଫେମିଲି କୋର୍ଟ, ପ୍ରଜ୍ଞା ପରିମିତା ରାଉଳ ଅତିରିକ୍ତ ଜିଲ୍ଲା ଜଜ୍‌ (ଦ୍ୱିତୀୟ), ସରୋଜ କୁମାର ଦାଶ ଜଜ୍‌ ଏସ.ସି/ଏସ.ଟି, ସନ୍ତୋଷ କୁମାର ଦାଶ ରାଏ ରେଜିଷ୍ଟ୍ରାର ସିଭିଲ କୋର୍ଟ, ଆଶାପୂର୍ଣ୍ଣା ମହାପାତ୍ର ସିଭିଲ ଜଜ୍‌ (ବରିଷ୍ଠ ବିଭାଗ), କୈଳାଶ ସାହୁ ଏସଡିଜେଏମ, ବଲାଙ୍ଗିର, ରମେଶ ଚନ୍ଦ୍ର ରାୟଗୁରୁ ସ୍ୱତନ୍ତ୍ର ବିଚାର ବିଭାଗୀୟ ଜଜ୍‌ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭାରପ୍ରାପ୍ତ ସଚିବ ଅଭିଳାଶ ସେନାପତିଙ୍କ ଦ୍ୱାରା ପରିଚାଳିତ ଏହି ପ୍ରତିଯୋଗିତାରେ ପ୍ରାଧିକରଣ କର୍ମକର୍ତ୍ତା ରଜନୀକାନ୍ତ ରଥ, ସୁବ୍ରତ ନେପାକ୍‌, ସନାତନ ଜେନା, ମନୋଜ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.